ନୂଆଦିଲ୍ଲୀ : ସେନାର ସାଉଥ୍ େଓ୍ଵଷ୍ଟର୍ଣ୍ଣ କମାଣ୍ଡ୍ର ଦାୟିତ୍ୱ ଗ୍ରହଣ କରିବାକୁ ଶନିବାର ରାତିରେ ନୂଆଦିଲ୍ଲୀରୁ ସାଇକେଲ୍ ଚଢ଼ି ରାଜସ୍ଥାନର ରାଜଧାନୀ- ୨୭୦ କିଲୋମିଟର୍ ଦୂର ଯାତ୍ରା କରିବେ ଲେଫ୍ଟ୍ନାଣ୍ଟ୍ ଜେନେରାଲ୍ ଆଲୋକ କ୍ଲେର୍। କ୍ଲେର୍ ସମ୍ପ୍ରତି ସେନାର ମିଲ୍ଟାରି ଟ୍ରେନିଂ ଡାଇରେକ୍ଟୋରେଟ୍ର ମୁଖ୍ୟ ଅଛନ୍ତି।
୫୮ ବର୍ଷୀୟ ଜେନେରାଲ୍ କହନ୍ତି: ସାଇକେଲ୍ ଚାଳନା ହେଉଛି ବଢ଼ିଆ ବ୍ୟାୟାମ୍ ଆଉ ଏଥିପାଇଁ ମୁଁ ବ୍ୟାକୁଳ। ମୋର ବିଶ୍ୱାସ ଫିଟ୍ନେସ୍ ବ୍ୟକ୍ତିଗତ ଅଭିଯାନ ହେବା ଉଚିତ, କୌଣସି ସଂସ୍ଥାନ ଦ୍ୱାରା ବାଧ୍ୟ କରାଯିବା କଥା ନୁହେଁ। ମୋ କମାଣ୍ଡ୍ରେ ଥିବା ଲୋକ ଓ ଅନ୍ୟମାନଙ୍କୁ ଏହା ଫିଟ୍ନେସ୍ର ବାର୍ତ୍ତା ଦେଉଛି।
୨୦ ବର୍ଷ ବୟସ ଟପି ସାରିଥିବା କ୍ଲେର୍ଙ୍କର ଦୁଇ ପୁଅ ମଧ୍ୟ ତାଙ୍କ ସହ ସାଇକେଲ୍ ଚଢ଼ି ଯିବେ। ଚାପାନ ପାଇଁ ବାଟରେ କେଉଁଠି କେମିତି ରହି ୧୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ସେମାନେ ଗନ୍ତବ୍ୟସ୍ଥଳୀରେ ପହଞ୍ଚି ଯାଇ ପାରିବେ ବୋଲି ଆଶା କରିଛନ୍ତି। ଜେନେରାଲ୍ଙ୍କ ସାଇକେଲ୍ ଚଢ଼ା ପ୍ରୀତି ସେନା ସର୍କଲ୍ରେ ସଭିଙ୍କୁ ଜଣା। ପୂର୍ବରୁ ସେ ରାତିକେ ୩୦୦ କିଲୋମିଟର୍ ସାଇକେଲ୍ ଚଳାଇ ବିଭିନ୍ନ ସ୍ଥାନକୁ ଯାଇଥିବା ଦୃଷ୍ଟାନ୍ତ ରହିଛି।