Tue. Dec 24th, 2024

ନୂଆଦିଲ୍ଲୀ ବିମାନବନ୍ଦରରେ କଡାକଡି ହେବ ଯାଂଚ୍, ମୋବଇଲ ଏବଂ ପର୍ସକୁ କରାଯିବ ଚେକ୍

By amfnews Aug 29, 2018 #Featured
194 Views

ନୂଆଦିଲ୍ଲୀ, ଅଗଷ୍ଟ ୨୯:

ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ପର୍ସ୍, ମୋବାଇଲ୍ ଫୋନ, ଚାର୍ଜର ଏବଂ ଅନ୍ୟ ବିଦ୍ୟୁତ ସରଞ୍ଜାମକୁ ନିଜ ବ୍ୟାଗରୁ ଅଲଗା ରଖିବାକୁ ପଡିବ । ବର୍ତମାନ ଏହି ସମସ୍ତ ସାମଗ୍ରୀକୁ ସ୍ୱତନ୍ତ୍ର ଭାବେ ଚେକିଂ କରାଯିବ । ଏ ପର୍ଯ୍ୟନ୍ତ ସ୍କ୍ରିନିଂ ପାଇଁ କେବଳ ଲାପଟପ ଏବଂ ଟାବଲେଟ୍ ଚେକ୍ କରାଯାଉଥିଲା । କିନ୍ତୁ ବର୍ତମାନ ମୋବାଇଲକୁ ଏହି ସ୍କ୍ରିନିଂ ତାଲିକାରେ ସାମିଲ କରାଯିବ ।

ଏହା ସହ ବ୍ୟବହାର ହେଉଥିବା ବଡ ଆକାରର ପେନର ମଧ୍ୟ ସ୍କ୍ରିନିଂ ହେବ । କାରଣ କିଛି ବ୍ୟକ୍ତି ଏହି ପେନ୍ ମଧ୍ୟରେ ଛୁରୀ ଲୁଚାଇ ନେଉଥିବା ଅଭିଯୋଗ ହୋଇଛି । ଏନେଇ ବିମାନ କତୃପକ୍ଷ ଦିଲ୍ଲୀରୁ ଅନ୍ୟ ସ୍ଥାନକୁ ଯାଉଥିବା ଯାତ୍ରୀଙ୍କୁ ଅବଗତ କରିଛନ୍ତି । ଏହା କେବଳ ସୁରକ୍ଷାକୁ ଧ୍ୟାନରେ ରଖି କରାଯାଇଥିବା ସିଆଇଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଅଧିକାରୀଜଣଙ୍କ ଆହୁରି ମଧ୍ୟ କହିଛନ୍ତି କି, ବର୍ତମାନ ଯାତ୍ରୀଙ୍କ ବ୍ୟାଗ୍  ସଠିକ୍ ଭାବେ ସ୍କ୍ରିନିଂ ହୋଇ ପାରିନଥାଏ । ସ୍କ୍ରିନିଂ ସମୟରେ ଯାତ୍ରୀମାନେ ନିଜ ବ୍ୟାଗରୁ ମୋବାଇଲ ଏବଂ ଚାର୍ଜର ଆଦି ବାହର କରିଥାନ୍ତି । ଫଳରେ ଚେକିଂ ପ୍ରକ୍ରିୟା ବିଳମ୍ବିତ ହୋଇଥାଏ । ଏହା ସହ କେତେକ ଯାତ୍ରୀ ନିଜର ଲାଇସେନ୍ସ୍ ବନ୍ଧୁକ ନିଜ ପାଖରେ ଲୁଚାଇ ରଖୁଛନ୍ତି । ଏ ସମସ୍ତ ଘଟଣାକୁ ନଜରରରେ ରଖି ବିମାନବନ୍ଦରର ସୁରକ୍ଷା କର୍ମୀ ଯାତ୍ରୀଙ୍କ ଚେକିଂ ଶୀଘ୍ର କରିବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି ।

By amfnews

Related Post