Tue. Dec 24th, 2024

ନୂଆ ପଜିଟିଭ୍ ଚିହ୍ନଟ ବ୍ୟକ୍ତି ଜଣେ ୫୮ ବର୍ଷ ବୟସ୍କ ପୁରୁଷ, ଆକ୍ରାନ୍ତ କୋଲକାତା ଫେରନ୍ତା

By amfnews May 1, 2020 #Featured
172 Views

ଭୁବନେଶ୍ବର  : ରାଜ୍ୟରେ ଯେଉଁ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ସେ ଜଣେ ପୁରୁଷ ଏବଂ ତାଙ୍କ ବୟସ ୫୮ ବର୍ଷ ବୋଲି ଜଣାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ପଜିଟିଭ ବାଲେଶ୍ୱର ଜିଲ୍ଲାର ବୋଲି ବି ସୂଚନା ମିଳିଛି। ଏହା ଫଳରେ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି।  ଉକ୍ତ କରୋନା ଆକ୍ରାନ୍ତ କୋଲକାତା ଫେରନ୍ତା ବୋଲି ବି କୁହାଯାଇଛି।

ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନ ଥିଲେ ବି ପଜିଟିଭ ଚିହ୍ନଟ ହୋଇଛନ୍ତି ସେ। ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟର୍ ଯୋଗେ ସୂଚନା ଦିଆଯାଇଛି ।

I & PR Department, Odisha

@IPR_Odisha

First Health Update, 1st May, 2020

One New Positive in Balasore
58 yrs Male

(Kolkata returnee. Asymptomatic)
Contact tracing and follow-up action is being done.

Total positive cases-143

ରାଜ୍ୟରେ ଗୋଟିଏ ମାସ ଭିତରେ କରୋନା ଚିତ୍ର ବଦଳି ଯାଇଛି। ମାର୍ଚ ମାସ ୩୦ତାରିଖ ବେଳକୁ ରାଜ୍ୟରେ ମାତ୍ର ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ହେଲେ ଏପ୍ରିଲ ମାସ ଶେଷ ବେଳକୁ ଏହି ସଂଖ୍ୟା ୧୪୩ରେ ପହଞ୍ଚି ଯାଇଛି। ଗୋଟିଏ ମାସରେ ୧୪୦ଜଣ ଚିହ୍ନଟ ହୋଇଛନ୍ତି।

ବିଶେଷକରି ଗତ କିଛିଦିନ ହେବ କୋଲକାତାରୁ ଫେରିଥିବା ଲୋକଙ୍କ ମଧ୍ୟରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଅଧିକ ମାତ୍ରାରେ ଚିହ୍ନଟ କରାଯାଉଛି। ଯାହାକି ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି। ସେହିପରି ନମୁନା ପରୀକ୍ଷା ସଂଖ୍ୟାରେ ମଧ୍ୟ ଯଥେଷ୍ଟ ବୃଦ୍ଧି ହୋଇଛି।

ଗତମାସ ୩୦ତାରିଖ ବେଳକୁ ରାଜ୍ୟରେ ୩୭୦ ନମୁନା ପରୀକ୍ଷା ହୋଇଥିବା ବେଳେ ଆଜିର ଦିନରେ ଏହା ବୃଦ୍ଧି ପାଇ ୩୪୧୩୩ରେ ପହଞ୍ଚିଛି। ସେ ସମୟରେ ରାଜ୍ୟର ଗୋଟିଏ ସ୍ଥାନରେ କୋଭିଡ ନମୁନା ପରୀକ୍ଷା କରାଯାଉଥିବା ବେଳେ ଏବେ ରାଜ୍ୟରେ ଏବେ ୮ଟି ସ୍ଥାନରେ ପରୀକ୍ଷା କରାଯାଉଛି।

By amfnews

Related Post