199 Views
ଭୁବନେଶ୍ୱର : ନୂଆ ଦଳ ଗଢ଼ିବାକୁ ସାଂସଦ ବୈଜୟନ୍ତ ପଣ୍ଡା ରାଜି ବୋଲି ବିଜୁ ଜନତା ଦଳରୁ ବହିଷ୍କୃତ ବରିଷ୍ଠ ନେତା ଦାମୋଦର ରାଉତ ମଙ୍ଗଳବାର କହିଛନ୍ତି। କଂଗ୍ରେସ ଭବନରେ ଦାମ କହିଛନ୍ତି, ରାଜ୍ୟରେ ଆଉ ଏକ ଦଳ ଗଠନ ହେବା ଦରକାର ଅଛି। ମାଲଦାର ଲୋକମାନେ ଧରାଦେଇ ଖସି ଯାଉଛନ୍ତି ବୋଲି ସେ କହିଛନ୍ତି।
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ କଂଗ୍ରେସ ପକ୍ଷରୁ ଆୟୋଜିତ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମରେ ଦାମ ରାଉତ ଆଜି କଂଗ୍ରେସ ଭବନ ପହଞ୍ଚିଥିଲେ। ଦାମ ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ପାଖରେ ବସି କିଛି ସମୟ କଥା ହୋଇଥିଲେ। ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ରାଉତଙ୍କ କଂଗ୍ରେସ ଭବନ ଗସ୍ତକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।