Fri. Dec 27th, 2024

ନୂଆ କରୋନା ଭାଇରସ ଭୟ; ଭୁଟାନରେ ଆଜିଠୁ ୭ ଦିନିଆ ଲକଡାଉନ

By amfnews Dec 23, 2020 #Featured
156 Views

ଥିମ୍ପୁ, ଡିସେମ୍ବର ୨୩ : ଏସୀୟ ଦେଶ ଭାବେ ପୁଣି ଥରେ ଭୁଟାନରେ ଲକଡାଉନ ଆରମ୍ଭ ହୋଇଯାଇଛି । କରୋନାର ଆଉ ଏକ ନୂଆ ଷ୍ଟ୍ରେନ ସଂପର୍କରେ ବିଶେଷଜ୍ଞମାନେ ଅବଗତ ହେବା ପରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଭୁଟାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଙ୍ଗଳବାର ଘୋଷଣା କରିଛି ଯେ, ବିଦେଶରେ ନୂତନ ପ୍ରକାରର କରୋନା ଭାଇରସ ଚିହ୍ନଟ ହୋଇଥିବାରୁ ଦେଶରେ ୭ ଦିନିଆ ଲକଡାଉନ ବୁଧବାର ଠାରୁ ଆରମ୍ଭ ହେବ । ଲକଡାଉନ ସମୟରେ ଅନ୍ତଃଜିଲ୍ଲା ଯାତାୟତକୁ ବନ୍ଦ କରାଯିବ । ପୂରା ଦେଶରେ ୭ ଦିନ ଯାଏଁ ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଏହାରି ମାଧ୍ୟମରେ କରୋନା ଭାଇରସ ସଂକ୍ରମଣ ନିୟନ୍ତ୍ରଣ କରାଯାଇପାରିବାର ଆଶା ରହିଛି । 

ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ନୂଆ ଷ୍ଟ୍ରେନ ମିଳିଛି । ଏହା ପରେ ଜର୍ମାନୀ ସମେତ ୫ଟି ଦେଶ ଦକ୍ଷିଣ ଆଫ୍ରିକାକୁ ଉଡାଣ ନେଇ କଟକଣା ଲାଗୁ କରିଛନ୍ତି । ବ୍ରିଟେନ ପରେ ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଷ୍ଟ୍ରେଣ୍ଡ ମିଳିଛି । ଏହା ଅଧିକ ମାରାତ୍ମକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସଂକ୍ରମଣ ବଢ଼ିଥିବାରୁ ଅନେକ ଦେଶ ବ୍ରିଟେନ ପାଇଁ ବିମାନ ଉଡାଣକୁ ବାତିଲ କରି ଦେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ସ୍ଥିତି ନିୟନ୍ତ୍ରଣରେ ଅଛି, କିନ୍ତୁ ସମଗ୍ର ବିଶ୍ୱ ଚିନ୍ତିତ ଅଛନ୍ତି । ଜର୍ମାନୀ, ତୁର୍କୀ, ଇସ୍ରାଏଲ, ସୁଇଜରଲ୍ୟାଣ୍ଡ ଓ ସାଉଦୀ ଆରବ ସର୍ବପ୍ରଥମେ ପଦକ୍ଷେପ ଗ୍ରହଣ କରିଛନ୍ତି ଯେ, ଏହି ଦେଶ ଗୁଡ଼ିକରୁ ଦକ୍ଷିଣ ଆଫ୍ରିକାକୁ ବର୍ତ୍ତମାନ ପରିସ୍ଥିତିରେ ବିମାନ ଉଡିବ ନାହିଁ ।

By amfnews

Related Post