Fri. Mar 6th, 2026

ନୀଳଗିରି ଓ ବିଶ୍ରାର କିଛି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

292 Views

ନୀଳଗିରି/ସୁନ୍ଦରଗଡ଼ : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ବାଉଁଶପାଳ ଗାଁରୁ ଗତକାଲି ଜଣେ ୨ବର୍ଷର ଶିଶୁ କନ୍ୟା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଏହାପରେ ଏହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି।

ଗୁଡ଼ିବଣିଆ ଛକ, ବାଉଁଶପାଳ ପମ୍ପ ହାଉସ, ଲକ୍ଷ୍ମୀ ନାରାୟଣ ମନ୍ଦିର ଛକ, ବାଉଁଶପାଳ ଗାଁ ଛକ, ଗାଁର ଶେଷ ସୀମା, ଅଗନି ସେଠି ହାଉସ୍ ପଏଣ୍ଟ ଏବଂ ବରହମପୁର କଲେଜ୍ ଗେଟ୍ ଫୁଟ୍‌ପାଥ୍ ଯାଏ ଅଞ୍ଚଳକୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି।

କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପରେ ଏହି ଅଞ୍ଚଳରୁ ବାହାରକୁ କିମ୍ବା ବାହାରୁ ଏହି ଅଞ୍ଚଳକୁ କୌଣସି ଲୋକ ଯାଆସ କରି ପାରିବେ ନାହିଁ। ଅନ୍ୟପକ୍ଷରେ ଆବଦ୍ଧାଞ୍ଚଳ ଘୋଷଣା ପରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚି଼ହ୍ନଟ ପ୍ରକ୍ରିୟା ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାର ଗୁଡ଼ଗୁଡ଼ ଯୋରକୁ କଣ୍ଟେନମେଣ୍ଟ  ଜୋନ ଘୋଷଣା କରାଯାଇଛି। ବିଶ୍ରାର ଗୁଡ଼ଗୁଡ଼ ଯୋର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଘୋଷଣା କରିଛି। ବିଶ୍ରାରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ୭ଟି ଅଞ୍ଚଳକୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି।

By amfnews

Related Post