Sun. Jun 8th, 2025

ନିଶ୍ଚେତକ ଇଂଜେକ୍ସନ୍ ପାଇଁ ଲାଞ୍ଚ : ଫାର୍ମାସିଷ୍ଟ ଗିରଫ

By amfnews Dec 14, 2018 #Featured
227 Views

ବ୍ରହ୍ମପୁର, ଡିସେମ୍ବର ୧୪ : ବ୍ରହ୍ମପୁର ଏମ୍‌କେସିଜି ବଡ଼ ମେଡିକାଲ ନିଶ୍ଚେତକ ବିଭାଗର ଜଣେ ମହିଳା ଫାର୍ମାସିଷ୍ଟ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଅସ୍ତ୍ରୋପଚାର ପାଇଁ ରୋଗୀଙ୍କୁ ନିଶ୍ଚେତକ ଇଂଜେକ୍ସନ୍ ଯୋଗାଇବା ପାଇଁ ଫାର୍ମାସିଷ୍ଟ ମେରୀ ଖାନ୍ ୮ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଭିଜିଲାନ୍ସ ବିଭାଗ କେସ୍ ନମ୍ବର ୫୧/୧୮ରେ ମେରୀଙ୍କୁ ଗିରଫ କରିଛି।

ବ୍ରହ୍ମପୁର ଗଜପତିନଗର ପ୍ରଥମ ଲାଇନ୍ ନିବାସୀ ହଟକେଶ୍ବର ସାମନ୍ତରାୟ ଗତ ୨୬ତାରିଖରେ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ତାଙ୍କୁ ଏମ୍‌କେସିଜି ମେଡିକାଲ ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର ପାଇଁ ଆଜି ଡାକ୍ତର ତାରିଖ ଧାର୍ଯ୍ୟ କରିଥିଲେ। ଏଥିପାଇଁ ନିଶ୍ଚେତକ ଇଂଜେକ୍ସନ୍‌ ଦରକାର ପଡ଼ିଥିଲା।

ସେ ନେଇ ହଟକେଶ୍ବରଙ୍କ ପୁଅ ମାନସ ସାମନ୍ତରାୟ ନିଶ୍ଚେତକ ବିଭାଗର ଫାର୍ମାସିଷ୍ଟ ମେରୀଙ୍କୁ ସାକ୍ଷାତ କରିଥିଲେ। ମେରୀ ଏହି କାମ ପାଇଁ ୮ ଶହ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ଅଧିକାରୀଙ୍କୁ ତାଙ୍କୁ ଗିରଫ କରିଛନ୍ତି।

By amfnews

Related Post