Wed. Apr 2nd, 2025

ନିଶାଗ୍ରସ୍ତ ସ୍ୱାମୀଙ୍କ ମାଡ଼ରେ ସ୍ତ୍ରୀ ମୃତ

By amfnews Sep 18, 2019 #Featured
163 Views

ବାହାନଗା : ମଙ୍ଗଳବାର ରାତିରେ ମାତ୍ରାଧିକ ମଦ ପିଇ ଜଣେ ବ୍ୟକ୍ତି ତାଙ୍କର ପତ୍ନୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ଘଟଣାଟି ଘଟିଛି ସେରଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୯ ନମ୍ବର ଓ୍ଵାର୍ଡର ତେନ୍ତୁଳିଆ ଗ୍ରାମରେ। ଅଭିଯୁକ୍ତ ୩୫ ବର୍ଷିୟ ଭରତ ସିଂ ଓରଫ ଦଳେଇ, ତାଙ୍କ ୩୦ ବର୍ଷୀୟ ସ୍ତ୍ରୀ ବାସନ୍ତୀ ଓ ଦୁଇ ଶଳା ଭୋଜି କରି ଖାଇବା ସହ ମଦ୍ୟ ପାନ କରିଥିଲେ।ନିଶାଗ୍ରସ୍ତ ହୋଇ ଟଳମଳ ହେଉଥିବା ଯୋଗୁଁ ସେମାନଙ୍କୁ ସ୍ଥାନୀୟ ସାହି ବାସିନ୍ଦା ସନ୍ଧ୍ୟାବେଳେ ନେଇ ଘରେ ଛାଡ଼ି ଆସିଥିଲେ।

ରାତି ପ୍ରାୟ ୮ଟା ବେଳକୁ ଭରତ ସିଂ ଯାଇ ସାହି ଲୋକଙ୍କୁ କହିଲେ କି, ବାସନ୍ତୀ ଉଠୁ ନାହିଁ। ଲୋକେ ଘରେ ପହଞ୍ଚି ଦେଖିଲେ ବାସନ୍ତୀ ମୃତ। ତୁରନ୍ତ ସେମାନେ ଏ ସଂକ୍ରାନ୍ତରେ ଖନ୍ତାପଡ଼ା ଥାନାକୁ ଖବର ଦେଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ଭରତଙ୍କୁ ଆଣି ଥାନାରେ ଅଟକ ରଖିଛି। କୌଣସି କାରଣରୁ ଝଗଡ଼ା ହେବାରୁ ଭରତ ପିଟିପିଟି ବାସନ୍ତୀଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି। ସାଇଣ୍ଟିଫିକ୍‌ ଟିମ୍‌ ସହ ଖନ୍ତାପଡ଼ା ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ, ଏଏସ୍‌ଆଇ ଗୌରହରି ଦାସ ପ୍ରାଥମିକ ତଦନ୍ତ କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ବାସନ୍ତୀଙ୍କ ଶବକୁ ସଦର ହସ୍‌ପିଟାଲ୍‌କୁ ପଠାଇଛନ୍ତି।

By amfnews

Related Post