Wed. Dec 25th, 2024

ନିର୍ମାଣ ଶ୍ରମିକଙ୍କ ତାଲିମ କାର୍ଯ୍ୟକ୍ରମ ପୁନଃ ପ୍ରଚଳନ ଦାବି

By amfnews Oct 15, 2018 #Featured
115 Views

ରାଉରକେଲା, ୧୪ା୧୦ : ଜିଲ୍ଲା ନିର୍ମାଣ ଶ୍ରମିକ ସଙ୍ଗଠନ ମିଳିତ ମଞ୍ଚ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ପାଇଁ ବନ୍ଦ ହୋଇଥିବା କୁଶଳୀକରଣ ତାଲିମ କାର୍ଯ୍ୟକ୍ରମ ପୁନଃ ପ୍ରଚଳନ ଓ ବାକିଥିବା ପ୍ରଶିକ୍ଷକଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ ପାଇଁ ଦାବି କରାଯାଇଛି । ଏନେଇ ସଙ୍ଗଠନ ସଭାପତି ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ବିଭିନ୍ନ କର୍ମକର୍ତ୍ତାମାନେ ଜିଲ୍ଲାଶ୍ରମ ଅଧିକାରୀ ପ୍ରଣବ ପାତ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଶ୍ରମ ସଚିବ, ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଶ ଶ୍ରମିକ କଲ୍ୟାଣ ବୋର୍ଡଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଏହି ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ଓଡ଼ିଶା ସରକାରଙ୍କ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କାର୍ଯ୍ୟରେ ନିୟୋଜିତ ହିତାଧିକାରୀମାନଙ୍କୁ ବହୁ କଲ୍ୟାଣକାରୀ ଯୋଜନାରେ ସାମିଲ୍ କରାଯିବା ସହ ନିର୍ମାଣ ଶ୍ରମିକମାନଙ୍କ ବୁହୁବିଧ କଲ୍ୟାଣ ସାଧିତ ହୋଇଛି । ଏଥିସହିତ ସରକାର ଓ ବୋର୍ଡ କର୍ତ୍ତୃପକ୍ଷ ଆଗକୁ ଯାଇ ଶ୍ରମିକମାନଙ୍କୁ କୁଶଳତାର ଅଭିବୃଦ୍ଧି ନିମନ୍ତେ ତାଲିମ ଜରିଆରେ ଅଣକୁଶଳୀ ଓ କୁଶଳୀ ତାଲିମ ପ୍ରଦାନ କରିଥିଲେ ତାହା ବନ୍ଦ ହୋଇଯାଇଛି । ଫଳରେ କୁଶଳୀ ଶ୍ରମିକ ସୃଷ୍ଟିରେ ଏହା ବାଧା ସୃଷ୍ଟି କରିବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେଣୁ ଏହାର ପୁନଃପ୍ରଚଳନ କରାଯାଉ ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି । ଏପରିକି ଏହି ତାଲିମ କାର୍ଯ୍ୟକ୍ରମକୁ ବନ୍ଦ କରି ଦେଇଥିବାରୁ ଶ୍ରମିକମାନେ ତାଙ୍କ କାର୍ଯ୍ୟ କରିବା ଶୈଳୀ, ଆବଶ୍ୟକ ସରଞ୍ଜାମ ଓ ବିଭିନ୍ନ ଉପକରଣ ମିଳୁ ନାହିଁ । ତେଣୁ ଏହାକୁ ଆଗାମୀ ଦିନରେ ତୁରନ୍ତ ପ୍ରଦାନ କରିବା ଲାଗି ସଂଘ ପକ୍ଷରୁ ଦାବି କରାଯାଇଛି । ଜିଲ୍ଲା ନିର୍ମାଶ ଶ୍ରମିକ ସଂଗଠନ ପକ୍ଷରୁ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

By amfnews

Related Post