Sat. Nov 23rd, 2024

ନିର୍ବାଚନ ବର୍ଜନ ଆହ୍ୱାନ କାପୁରୁଷତା

By amfnews Mar 9, 2019 #Featured
238 Views

ପ୍ରଶାନ୍ତ ପଟ୍ଟନାୟକ

ଓଡ଼ିଶାର କୃଷକମାନଙ୍କ ପାଇଁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି କରି ବିଗତ କେଇ ବର୍ଷ ଧରି ଆନ୍ଦୋଳନ କରିଆସୁଥିବା ନବନିର୍ମାଣ କୃଷକ ସଂଗଠନର ନେତା ଶ୍ରୀ ଅକ୍ଷୟ କୁମାର ଆଗାମୀ ନିର୍ବାଚନକୁ ବର୍ଜନ କରିବା ପାଇଁ ରାଜ୍ୟର କୃଷକମାନଙ୍କୁ ଆହ୍ୱାନ ଦେବା ସଙ୍ଗେସଙ୍ଗେ ରାଜ୍ୟର କୌଣସି ଅଞ୍ଚଳରେ ଏଭିଏମ୍ ମେସିନ୍ ପୁରାଇ ଦେବେ ନାହିଁ ବୋଲି ଧମକ ଦେଇଛନ୍ତି । କୃଷକମାନେ ନିର୍ବାଚନ ଅଧିକାରିମାନଙ୍କ ରାସ୍ତା ଅବରୋଧ କରି ନିର୍ବାଚନ କରାଇଦେବେ ନାହିଁ ବୋଲି ଶ୍ରୀ ଅକ୍ଷୟ କୁମାର ଦୃଢ଼ ଭାବରେ କହିଛନ୍ତି ।

ଶ୍ରୀ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ପରିଚାଳିତ ନବନିର୍ମାଣ କୃଷକ ସଂଗଠନର କାର୍ଯ୍ୟକଳାପ ରାଜ୍ୟର ଭୌଗୋଳିକ ସୀମା ମଧ୍ୟରେ ସୀମିତ ଥିଲେ ମଧ୍ୟ ଶ୍ରୀ କୁମାରଙ୍କୁ ସର୍ବଭାରତୀୟ ନେତା ଭାବରେ ପରିଚିତ କରାଇ ଏହି ସଂଗଠନ ଟି ଏହାର ଗୁରୁତ୍ୱ ବୃଦ୍ଧି କରିବା ପାଇଁ ଗଣମାଧ୍ୟମର ଆଶ୍ରୟ ନେଇଛି । ଓଡ଼ିଶାରେ କୃଷି ଓ ସବୁ ଶ୍ରେଣୀର କୃଷକମାନଙ୍କର ସର୍ବାଙ୍ଗିନ ଉନ୍ନତି ନିମନ୍ତେ ମୁଖ୍ୟମନ୍ତ୍ରୀ ‘କାଳିଆ’ ଯୋଜନା କାର୍ଯ୍ୟକାରୀ କରିବା ଫଳରେ ଅଧିକାଶଂ କୃଷକ ସ କୃଷିକର୍ମି ଏହି ଯୋଜନାର ସୁଫଳ ଲାଭ କରିପାରୁଛନ୍ତି ।

ଫଳରେ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ର ଆଳ ଦେଖାଇ ଶ୍ରୀ ଅକ୍ଷୟ କୁମାର କୃଷକମାନଙ୍କୁ ନିର୍ବାଚନ ବର୍ଜନ ପାଇଁ ପ୍ରବର୍ତ୍ତାଇବା ଏକ ଅଗଣତାନ୍ତ୍ରୀକ ଏବଂ ଅସାମ୍ବିଧାନିକ ପଦକ୍ଷେପ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇବା ସ୍ୱାଭାବିକ୍ ।

ନିର୍ବାଚନ ପ୍ରକ୍ରିୟାରେ ବାଧା ଦେବା ଲାଗି ଏହି ତଥାଗଥିତ କୃଷକ ସଂଗଠନ ଇଭିଏମ୍ ମେସିନ୍ ନିର୍ବାଚନ କେନ୍ଦ୍ରରେ ପହଞ୍ଚାଇବାରେ ବାଧା ସୃଷ୍ଟି କରିବେ ବୋଲି ସଂଗଠନର ମୁଖ୍ୟ ଗମାଧ୍ୟମରେ ଘୋଷଣା କରିବା ସହ ଏ ସମ୍ପର୍କରେ କ୍ରମାଗତ ଭାବରେ ପ୍ରଚାର ଚଲାଇଛନ୍ତି । ଏହାକୁ ଆଇନ୍ ଅମାନ୍ୟ ଆନ୍ଦୋଳନ ବୋଲି ସଂଗଠନ ତରଫରୁ ଦାବି କରାଯାଉଛି । ପ୍ରତି ବାଞ୍ଚବର୍ଷରେ ଥରକ ପାଇଁ ନାଗରିକମାନେ ନିର୍ବାଚନରେ ଅଶଂଗ୍ରହଣ କରି ଜନପ୍ରତିନିଧିମାନଙ୍କୁ ନିର୍ବାଚିତ କରିଥାନ୍ତି ।

ନୂତନ ସରକାର ଗଠିତ ହେଲେ ତାହା ଜନସାଧାରଣଙ୍କୁ ଦେଇଥିବା ପ୍ରତିଶୃତି ଗୁଡ଼ିକୁ ପୂରଣ କରିବା ପାଇଁ ଉଦ୍ୟମ କରିଥାନ୍ତି । ନବନିର୍ମାଣ କୃଷକ ସଂଗଠନ ଦେଶର ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ରକ୍ଷା କରିବା ସହ ସମ୍ବିଧାନକୁ ସମ୍ମାନ ଜଣାଇ ଜାତି , ଧର୍ମ , ପେଷା ନିର୍ବିଶେଷରେ ପ୍ରତେକନାଗରିକ ନିର୍ବାଚନ ପ୍ରକ୍ରିୟାରେ ଅଶଂଗ୍ରହଣ କରିବା ନିମନ୍ତେ ଆଗେଇ ଆସିବାର ଆବଶ୍ୟକତା ରହିଛି ।

ମାତ୍ର ନିଜକୁ ଏକ ଶକ୍ତିଶାଳୀ କୃଷକ ସଂଗଠନର ନେତା ଭାବରେ ଦାବି କରୁଥିବା ଶ୍ରୀ ଅକ୍ଷୟ କୁମାର ନିଜେ ଏବଂ ତାଙ୍କ ସଂଗଠନ ତରଫରୁ ନିର୍ବାଚନ ପ୍ରକ୍ରିୟାରେ ସହଯୋଗ କରି ଏବଂ ଅଶଂଗ୍ରହଣ କରି ଏକ ପ୍ରଗତିଶୀଳ ଶରକାର ଗଠନ ନିମନ୍ତେ ସହଯୋଗ କରି ନିଜର ଜନପ୍ରିୟତା ଓ ଶକ୍ତି ପ୍ରଦର୍ଶନ ପାଇଁ ମିଳୁଥିବା ସୁଯୋଗର ସଦ୍ବ୍ୟବହାର କରିବା ନିମନ୍ତେ ଆଗେଇ ଆସିବା ଉଚିତ୍ ।

ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ଅଥବା ନିର୍ବାଚନ ବର୍ଜନ କରିବା ପାଇଁ ଜନସାଧାରଣଙ୍କୁ ପ୍ରବର୍ତ୍ତାଇବା କାପୁରୁଷତା ବ୍ୟତିତ ଆଉ କିଛି ନୁହେଁ । ସେହି ଦୃଷ୍ଟିରୁ ରାଜ୍ୟର କୃଷକସମାଜ ଶ୍ରୀ ଅକ୍ଷୟ କୁମାରଙ୍କ ଅଯୌତିକ ଓ ଅଦୂର ଦୃଷ୍ଟି ପ୍ରରୋଚନାରେ ପ୍ରଭାବିତ ନହୋଇ ନିର୍ବାଚନରେ ସହୋଜନ କରି ମନପସନ୍ଦର ପ୍ରତିନିଧିମାନଙ୍କୁ ନିର୍ବାଚିତ କରିବା ଏକାନ୍ତ ଆବଶ୍ୟକ ।

By amfnews

Related Post