Sat. Mar 7th, 2026

ନିର୍ବାଚନ ଫଳାଫଳ ଆସିବାପରେ ଚିନ୍ତାରେ ଲାଲୁ, ଖାଉନାହାନ୍ତି କି ଶୋଉନାହାଁନ୍ତି!

253 Views

ରାଞ୍ଚି: ଲୋକସଭା ନିର୍ବାଚନ ଫଳାଫଳ ଘୋଷିତ ହେବାପରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଚିନ୍ତା ବଢିଯାଇଛି। ସେ ଠିକ୍‌ ଭାବେ ଖାଉନାହାନ୍ତି କି ଶୋଉନାହାନ୍ତି। ଲାଲୁଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଚିକିତ୍ସକ ପ୍ରଫେସର ଡାକ୍ତର ଉମେଶ ପ୍ରସାଦ ସୂଚନା ଦେଇଛନ୍ତି ଯେ ଗତକାଲି ଲାଲୁପ୍ରସାଦ ଯାଦବ ସକାଳର ଜଳଖିଆ କି ମଧ୍ୟାହ୍ନ ଭୋଜନ ଗ୍ରହଣ କରିଲେ ନାହିଁ। ଫଳରେ ତାଙ୍କୁ ଇନ୍‌ସୁଲିନ୍‌ ଦିଆଯିବାପରେ ବାଧା ଉପୁଜିଛି।

ଡାକ୍ତର ଉମେଶ ପ୍ରସାଦ ଏକଥା ବି ସ୍ୱୀକାର କରିଛନ୍ତି ଯେ ମାନସିକ ଉତ୍ତେଜନା ହେତୁ ତାଙ୍କର ଏଭଳି ସ୍ଥିତି ଉପୁଜିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲାଲୁଙ୍କୁ ଯେତେ ବୁଝାଇଲେ ବି ସେ ବୁଝୁ ନାହାଁନ୍ତି। ଯଦିଓ ଲାଲୁ ପ୍ରସାଦ ଯାଦବଙ୍କର ରକ୍ତଚାପ ସୁଗାର୍‌ ଠିକ୍‌ ଅଛି,ତଥାପି ଯଦି ସେ ଖାଇବା ପିଇବା ଓ ଶୋଇବା ଛାଡ଼ି ଦେବେ ତେବେ ,ତାଙ୍କର ସ୍ଥିତି ସଂକଟାପନ୍ନ ହୋଇପାରେ।

By amfnews

Related Post