Fri. Mar 6th, 2026

ନିରବ ମୋଦିଙ୍କ ୬୩୭ କୋଟି ଟଙ୍କାର ସମ୍ପତ୍ତି ଆଟାଚ କଲା ଇଡି

392 Views

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୧ ହଜାର କୋଟି ଟଙ୍କା ଠକି ବିଦେଶକୁ ଖସି ପଳାଇ ଯାଇ ଫେରାର ହୋଇଯାଇଥିବା କଳଙ୍କିତ ହୀରା ଅଳଙ୍କାର ବ୍ୟବସାୟୀ ନିରବ ମୋଦି ଓ ତାଙ୍କ ପରିବାର ନାମରେ ଭାରତ ଓ ଅନ୍ୟ ୪ଟି ଦେଶରେ ଥିବା ୬୩୭ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି ) ଆଟାଚ କରିଛି। ପ୍ରଥମ ଥର ପାଇଁ ଇଡି ବିଦେଶରେ କୌଣସି ସମ୍ପତ୍ତି ଆଟାଚ କରିବାରେ ସକ୍ଷମ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ନ୍ୟୁୟର୍କରେ ନିରବ ମୋଦଙ୍କ ନାମରେ ଥିବା ୨ଟି ସ୍ଥାବର ସମ୍ପତ୍ତିକୁ ଇଡି ବେଆଇନ ଅର୍ଥ କାରବାରର ଧାରା ୫ ଅନୁଯାୟୀ ଆଟାଚ କରିଛି। ଆଟାଚ ହୋଇଥିବାଏହି ଦୁଇଟି ସମ୍ପତ୍ତିର ମୂଲ୍ୟ ୨୧୬ କୋଟି ଟଙ୍କା ହେବ ବୋଳଇ ଆକଳନ କରାଯାଇଛି। ସେହିପରି ବିଭିନ୍ନ ବୈଦେଶିକ ବ୍ୟାଙ୍କରେ ନିରବ ମୋଦିଙ୍କ ନାମରେ ଥବା ୫ଟି ଆକାଉଣ୍ଟରେ ଥିବା ୨୭୮ କୋଟି ଟଙ୍କାକୁ ମଧ୍ୟ ଇଡି ଆଟାଚ କରିବା ସହିତ ଦକ୍ଷିଣ ମୁମ୍ବାଇରେ ଥିବା ୧୯.୫ କୋଟି ଟଙ୍କାର ଏକ ଫ୍ଲାଟ୍‌କୁ ମଧ୍ୟ ଇଡି ଜବତ କରିଛି।
ସେହିପରି ହଙ୍ଗକଙ୍ଗରୁ ଭାରତ ଆଣି ୨୨.୬୯ କୋଟି ଟଙ୍କାର ହୀରା ଅଳଙ୍କାରକୁ ମଧ୍ୟ ଇଡି ଆଟାଚ କରିଥିବା ଜଣାଯାଇଛି।

By amfnews

Related Post