Sat. Dec 28th, 2024

ନିଜର ବିବାଦୀୟ ବୟାନ ଲାଗି ଦୁଃଖ ପ୍ରକାଶ କଲେ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ

By amfnews Aug 2, 2019 #Featured
72 Views

ଭୁବନେଶ୍ବର  : ଅବଶେଷରେ ଆଜି ନିଜର ବିବାଦୀୟ ବୟାନ ଲାଗି ଦୁଃଖ ପ୍ରକାଶ କଲେ ବିଜେପି ବିଧାୟକଦଳ ଉପନେତା ବିଷ୍ଣୁ ଚରଣ ସେଠୀ । ଗତକାଲି ବିଧାନସଭାରେ ମୁସଲିମ ମହିଳାଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ଶେଷରେ ଦୁଃଖ ପ୍ରକାଶ କରିଛନ୍ତି ବିଷ୍ଣୁ । ସେ କହିଛନ୍ତି ଯେ କୌଣସି ଧର୍ମୀୟ ଭାବନାକୁ ଆଘାତ କରିବା ଉଦେଶ୍ୟ ନଥିଲା ।

ଗତକାଲି ବିଷ୍ଣୁ ଦେଇଥିବା ନିଜ ବିବୃତିକୁ ନେଇ ଦୁଃଖ ପ୍ରକାଶ କରିବାପରେ ଆଉ ବିବୃତିକୁ ବିଧାନସଭା ବିବରଣୀରୁ ବାଦ୍ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ବିଷ୍ଣୁ ।

ଏହାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଛନ୍ତି । ଆଗକୁ ଏସମ୍ପର୍କରେ କୌଣସି ଖବର ପ୍ରସାର ନକରିବାକୁ ରୁଲିଂ । ତେବେ କିଛି ସମୟ ପୂର୍ବେ ଗୃହ ଆରମ୍ଭରୁ ହଟ୍ଟଗୋଳ ହୋଇଥଲା ଆଉ ମୁଲତବୀ ବେଳେ ବିଷ୍ଣୁଙ୍କ ସ୍ୱର ବଦଳିନଥିଲା । ଆଉ ଗତକାଲି ଭଳି ଆଜି ବି ପୂର୍ବଭଳି କଥା ଦୋହରାଇଥିଲେ ବିଷ୍ଣୁ  । ଏପରିକି ମୁଁ କ’ଣ ମଣିଷ ମାରିଛି କି ପଶ୍ଚତାପ କରିବି ବୋଲି ଯୁକ୍ତି ବାଢ଼ିଥିଲେ ବିଷ୍ଣୁ ।

By amfnews

Related Post