Fri. Nov 8th, 2024

ନିଜ ଖେଳାଳିଙ୍କୁ ପରାମର୍ଶ ଦେଲେ ଆରୋନ ପିଂଚ୍, କହିଲେ ଭାରତ ଠାରୁ ସତର୍କ ରୁହ

By amfnews Nov 13, 2018 #Featured
104 Views

ସିଡନୀ, ନଭେମ୍ବର ୧୩: ଅଷ୍ଟ୍ରେଲିଆ ଦିନିକିଆ ଦଳର ଅଧିନାୟକ ଆରୋନ ପିଂଚ୍ ଦକ୍ଷିଣ ଆଫ୍ରିକା ବିରୋଧରେ ଖରାପ ପ୍ରଦର୍ଶନ ପରେ ନିଜ ବ୍ୟାଟସମ୍ୟାନଙ୍କୁ ଭାରତଠାରୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ସେ ଆଉ ଦୁଇ ମାସ ପରେ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ନିଜ ପ୍ରଦର୍ଶନ ସୁଧାରିବା ପାଇଁ ସେ ଖେଳାଳିଙ୍କୁ ସତର୍କ କରିଛନ୍ତି ।

କଙ୍ଗାରୁ ଟିମର ପ୍ରାୟ ସମସ୍ତ ବ୍ୟଟସମ୍ୟାନ ଦକ୍ଷିଣ ଆଫ୍ରିକା ଆଗରେ ଚିତପଟାଙ୍ଗ ମାରିଥିଲେ । ଏହି ସିରିଜରେ ଦଳ ୧-୨ରେ ସିରିଜ ହାରିଥିଲା ।

ପିଂଚ୍ ଜାନୁଆରୀରେ ଆୟୋଜିତ ହେବାକୁ ଥିବା ଦିନିକିଆ ସିରିଜ ବାବଦରେ କହିଛନ୍ତି ଯେ, ପରାସ୍ତ ହେବା କାରଣରୁ ଦଳ ଚାପରେ ରହିଛି । ଏଥିରେ କୌଣସୀ ସନ୍ଦେହ ନାହିଁ ।  ଏହି ଦୁଇ ମାସ ମଧ୍ୟରେ ସମସ୍ତ ପ୍ରସ୍ତୁତି ସାରିବା ପାଇଁ ସେ ନିଜ ଖେଳାଳିଙ୍କୁ କହିଛନ୍ତି ।

କହିରଖୁଛୁ ଯେ, କଙ୍ଗାରୁ ଦଳ ନଭେମ୍ବର ୨୧ରୁ ଭାରତ ବିରୋଧରେ ତିନୋଟି ଟି-୨୦ ମ୍ୟାଚ ଖେଳିବ । ଏହା ପରେ ଡିସେମ୍ବରରେ ଚାରିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବଂ ଜାନୁଆରୀରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ।

By amfnews

Related Post