Sat. Nov 23rd, 2024

ନିଜ କାର୍ଯ୍ୟକୁ ଭଲ ପାଇ ସକାରାତ୍ମକ ରହିବା ସହ ସୁଯୋଗର ସଦୁପଯୋଗ କରିବାକୁ ହେବ – ସିଇଓ

By amfnews Oct 15, 2018 #Featured
161 Views

ରାଉରକେଲା, ୧୪ା୧୦  : ଖୁସି ରହିବା ଓ ସଫଳତା ପାଇବା ପାଇଁ ନିଜର କାର୍ଯ୍ୟକୁ ଭଲ ପାଆନ୍ତୁ, ସକାରାତ୍ମକ ରୁହନ୍ତୁ ଏବଂ ସୁଯୋଗର ସଦୁପଯୋଗ କରନ୍ତୁ ବୋଲି ଏଚ୍ଆର୍ଡି ସେଣ୍ଟର ଠାରେ ନୂତନ ଭାବେ ଯୋଗ ଦେଇଥିବା ୨୨ ଜଣ ମ୍ୟାନେଜମେଣ୍ଟ ଟ୍ରେନିଜଙ୍କୁ ଉଦ୍ବୋଧନ ଦେଇ ଆର୍ଏସ୍ପି ସିଇଓ ଅଶ୍ୱିନୀ କୁମାର କହିଛନ୍ତି । ଏହି ଅବସରରେ କାର୍ମିକ ଓ ପ୍ରଶାସନ ବିଭାଗ ଇଡି ପି.କେ. ପ୍ରଧାନ, ସର୍ଭିସେସ ଓ ୟୁଟିଲିଟିଜ ବିଭାଗ ଜିଏମ୍ ଅନ୍ଚାର୍ଜ ଗୌତମ ବାନାର୍ଜୀ ମଞ୍ଚାସୀନ ଥିବାବେଳେ ବହୁ ଜିଏମ୍, ବିଭାଗ ମୁଖ୍ୟ ଓ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ସେଲ୍ ଭଳି ଏକ କୋର୍ ଶିଳ୍ପ କ୍ଷେତ୍ରରେ ପ୍ରବେଶ ପାଇଁ ପସନ୍ଦ କରିଥିବାରୁ ଟ୍ରେନିଜ୍ମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ କୁମାର କମ୍ପାନୀର କାର୍ଯ୍ୟଧାରାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସ୍ୱଚ୍ଛ ସୁନ୍ଦର ବାତାବରଣ ପୂର୍ଣ୍ଣ ଇସ୍ପାତ ସହରରେ ବାସ କରିବା ତଥା ନିଷ୍ଠାପର ଓ ପ୍ରତିବଦ୍ଧ ଆର୍ଏସ୍ପି ସାମୁଦାୟିକଙ୍କ ସହ କାର୍ଯ୍ୟ କରିବାର ଆନନ୍ଦ ସମ୍ପର୍କରେ ସିଇଓ ଉଲ୍ଲେଖ କରିଥିଲେ । ଆର୍ଏସ୍ପିରେ ପ୍ରତିଭାମାନଙ୍କ ଅଭିବୃଦ୍ଧି ନିମନ୍ତେ ଥିବା ବିପୁଳ ସୁଯୋଗ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ବୃତ୍ତିଗତ ସୁରକ୍ଷା ନିଜର କ୍ୟାରିୟର ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପ୍ରଧାନ ଆର୍ଏସ୍ପି ପରିବାରର ନୂତନ ସଦସ୍ୟମାନଙ୍କୁ ସେମାନଙ୍କ ସୃଜନଶୀଳତାର ଉପଯୋଗ କରି କାରଖାନାକୁ ଏକ ଅଧିକ ଉନ୍ନତତର କାର୍ଯ୍ୟସ୍ଥଳୀରେ ପରିଣତ କରିବା ପାଇଁ ଆହ୍ୱାନ ଜଣାଇଥିଲେ ।

କାର୍ଯ୍ୟକ୍ରମରେ ଶ୍ରୀ ବାନାର୍ଜୀ କାରଖାନାର ଆଧୁନିକୀକରଣ ଓ ସମ୍ପ୍ରସାରଣ ସ୍ଥିତି ସମ୍ପର୍କରେ ଉଲ୍ଲେଖ କରିଥିଲେ ଓ ନୂତନ ବ୍ୟାଚ୍ କମ୍ପାନୀ ପଟ୍ଟପରିବର୍ତ୍ତନ ହାସଲ କରିଥିବା ପରିପ୍ରେକ୍ଷୀରେ ଯୋଗ ଦେଇଥିବା ଯୋଗୁ ଅତ୍ୟନ୍ତ ଭାଗ୍ୟଶାଳୀ ବୋଲି ଉଲ୍ଲେଖ କରିଥିଲେ ଯାହା ସେମାନଙ୍କୁ ଜ୍ଞାନ ଆହରଣ ତଥା ଅଭିବୃଦ୍ଧି ହାସଲ ପାଇଁ ବହୁ ସୁଯୋଗ ପ୍ରଦାନ କରିବ । ଏହି ଅବସରରେ ଏକ ମତବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କାରଖାନାର ବରିଷ୍ଠ ଅଧିକାରୀମାନେ ଟ୍ରେନିଜ୍ମାନଙ୍କ କାରଖାନାରେ ଅଭିବୃଦ୍ଧି, ପାଠ୍ୟକ୍ରମ ଓ ପାଠ୍ୟୋତ୍ତର କାର୍ଯ୍ୟଧାରାରେ ଥିବା ବିଭିନ୍ନ ସୁବିଧା ସମ୍ପର୍କରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ସୂଚନାଯୋଗ୍ୟ ଯେ, ସେଲ୍ରେ ପ୍ରଥମ ଥର ପାଇଁ ଗେଟ୍ ମାଧ୍ୟମରେ ମ୍ୟାନେଜମେଣ୍ଟ ଟ୍ରେନିଜ ନିଯୁକ୍ତି ଲାଭ କରିଛନ୍ତି । ବୋକାରୋ ଠାରେ କେନ୍ଦ୍ରୀୟ ଇଣ୍ଡକ୍ସନ ସମ୍ପୂର୍ଣ୍ଣ ହୋଇଛି ।

ଏଚ୍ଆର୍ଡି ସେଣ୍ଟର ଠାରେ ଟ୍ରେନିଜ୍ମାନଙ୍କ ପାଇଁ ୧୦ ଦିନିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପରେ ସେମାନଙ୍କୁ କାରଖାନା ସହିତ ପରିଚିତ କରିବା ପାଇଁ ବିଭାଗ ପରିଦର୍ଶନରେ ନିଆଯିବ ଏବଂ ଚୂଡାନତ୍ ଭାବେ ବିଭାଗ ଆବଣ୍ଟିତ କରାଯିବ । ଏଚ୍ଆର୍ଡି ବିଭାଗ ଡିଜିଏମ୍ ଇନ୍ଚାର୍ଜ ଜେ.ଏନ୍. ମହାନ୍ତି ସ୍ୱାଗତ ଅଭିଭାଷଣ ଦେଇଥିଲେ । ବିଭାଗୀୟ ଡିଜିଏମ୍ ଏଚ୍. ପତି ଧନ୍ୟବାଦ ଦେଇଥିଲେ । ଏଚ୍ଆର୍ଡି ବିଭାଗ ଆସିଷ୍ଟାଣ୍ଟ ମ୍ୟାନେଜର ଅନ୍ନପୂର୍ଣ୍ଣା ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

By amfnews

Related Post