ରାଉରକେଲା, ୧୫ା୧୦ : ରାଉରକେଲା ଷ୍ଟିଲପ୍ଲାଣ୍ଟ (ଆରଏସ୍ପି) ଆଧାରରେ ରାଉରକେଲା ମହାନଗର ନିଗମ କର୍ମଚାରୀଙ୍କୁ ଦରମା ପ୍ରଦାନ ପାଇଁ ଦାବି ହେଉଛି । ରାଉରକେଲା ମ୍ୟୁନିସ୍ପାଲିଟି କର୍ପୋରେସନ ଏମ୍ପ୍ଲଇଜ ଆସୋସିଏସନ୍ ୪ଦଫା ସମ୍ବଳିତ ଦାବିପତ୍ର ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲା । ମହାନଗର ନିଗମ ସଭାକକ୍ଷରେ ଆୟୋଜିତ ସଭାରେ ଆସୋସିଏସନ୍ର ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ଚଇନି, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ରାୟ, ଉପସଭାପତି କଳିଙ୍ଗ ଗୁରୁ, ସମ୍ପାଦକ ବିଜୟ ଲେଙ୍କା, ସଫେଇ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଦଣ୍ଡ ନାୟକ ପ୍ରମୁଖ କମିସନର ରଶ୍ମିତା ପଣ୍ଡାଙ୍କ ସହ ଆଲୋଚନା କରିଥିଲେ ।
୭ମ ବେତନ ଆଧାରରେ ଦରମା ନିର୍ଦ୍ଧାରଣ ପୂର୍ବରୁ ଆରଏସପି ଆଧାରରେ ଲାଗୁ କରିବା, ଟିକସ ଆଦାୟକାରୀଙ୍କୁ ବର୍ଦ୍ଧିତ ଦରମାର ବକେୟା ପ୍ରଦାନ, ୱାର୍କଚାର୍ଜ କର୍ମଚାରୀମାନଙ୍କ ଘରଭଡ଼ା ବାବଦକୁ ବକେୟା ପ୍ରଦାନ, ସୁପରଭାଇଜରମାନଙ୍କର ବର୍ଦ୍ଧିତ ଦରମା ରାଶି ପ୍ରଦାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଦାବି ତୁରନ୍ତ ପୂରଣ ହେବ ବୋଲି କମିସନର ଶ୍ରୀମତୀ ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ ।
ପ୍ରଦୀପ ବିଶ୍ୱାଳ, ଅମନ ବାରା, ରବିନ୍ଦ୍ର ଦାସ, ଅକ୍ଷୟ ପାତ୍ର, ଦିଲ୍ଲୀପ ପରିଡ଼ା, ଭାଗୀରାଓ ଦୋରା, ଅଭୟ ପୁହାଣ, ଧନଞ୍ଜୟ କାର୍ଜୀ, ସୋହନ ନାୟକ, ଭରତ ଲେଙ୍କା, ଶରତ ନାୟକ, ଜ୍ୟୋର୍ତିମୟୀ ଷଡ଼ଙ୍ଗୀ, ମିନା ପଟ୍ଟନାୟକ, ସନ୍ତୋଷ ସାହୁୂ, ସୁଦର୍ଶନ ସାହୁ, ପ୍ରଫୁଲ୍ଲ ସାହୁ, ବାବୁଲା ମଲ୍ଲିକ, ଦାମୋଦର ସେନାପତି, ଜୀବନ ନାୟକ, ବଟକୃଷ୍ଣ ରାଉତ, ଶରତ ମହାନ୍ତି, ସାଇନ ମୁଣ୍ଡା, ପ୍ରମୁଖ ଆଲୋଚନା ବେଳେ ଉପସ୍ଥିତ ଥିଲେ ।