152 Views
ବ୍ରହ୍ମପୁର : ବ୍ରହ୍ମପୁର ମେରାଇନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଅଭିଯୋଗ ହୋଇଛି। ନାବାଳିକାଜଣଙ୍କ ଗତ ୧୦ ତାରିଖରୁ ନିଖୋଜ ଥିଲେ । ତେବେ ତା’ପରଦିନ ମେରାଇନ ଥାନା ଅଞ୍ଚଳରେ ମୁମୂର୍ଷୁ ଅବସ୍ଥାରେ ନାବାଳିକାଜଣକ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।
ଉଦ୍ଧାର ପରେ ପରିବାର ଲୋକେ ଝିଅକୁ MKCGରେ ଭର୍ତ୍ତି କରିଥିଲେ। ତାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ପରିବାର ଲୋକେ ମେରାଇନ ଥାନାରେ ଅଭିଯୋଗ କରିବା ପରେ ପୋକ୍ସୋ ଆକ୍ଟରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି।