Sun. Mar 8th, 2026

ନିକିତାଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ : ଜାରି ହେଲା ନୂଆ ଭିଡିଓ

?????????????????????????????????????????????????????????
160 Views

କଟକ,ଜାନୁଆରୀ ୧୪  : ‘ବାପ ଘରେ ପାଟିତୁଣ୍ତ ପରେ ନିକିତା ଛାତ ଉପରକୁ ଯାଇଥିଲେ। ପଛରେ ତାଙ୍କ ବାପା, ଭାଇ ଏବ˚ ମୋ’ ଭାଇ ଯାଇଥିଲେ। ଛାତ ଉପରୁ ନିକିତା ଡେଇଁବାକୁ ଉଦ୍ୟମ କରିଥିଲେ। ମୋ’ ଭାଇ ପ୍ରଥମେ ତାଙ୍କୁ ଧରି ପକାଇଲେ। ପରେ ତାଙ୍କ ବାପା ଏବଂ ଭାଇ ଅଣ୍ଟାକୁ ଧରିଥିଲେ। କିନ୍ତୁ ସମ୍ଭାଳି ନପାରିବାରୁ ନିକିତା ହାତରୁ ଖସିଯାଇଥିଲେ।’-ଲିପନ୍‌ଙ୍କ ଭଉଣୀ ସୋନମ୍‌ ସାହୁ ଆଜି ଏଭଳି ଗୁରୁତ୍ବପୂର୍ଣ୍ଣ ବୟାନ ଗଣମାଧ୍ୟମ ସାମ୍‌ନାରେ ରଖିଛନ୍ତି। ଘଟଣା ଘଟିବା ପରଦିନ ତାଙ୍କ ଭାଇ ଛାତ ଉପରେ ଘଟିଥିବା ଏଭଳି ଘଟଣା ସମ୍ପର୍କରେ ତାଙ୍କୁ ଫୋନ୍‌ରେ କହିଥିବା ସୋନମ୍‌ ସୂଚନା ଦେଇଛନ୍ତି। ଏମିତିକି ଡିସେମ୍ବର ୩୧ ତାରିଖରେ ଶାଶୂ ଘରେ ନିକିତା ବେଶ ହସଖୁସିରେ ବିତାଇଥିବା ଏକ ଭିଡିଓ ସୋନମ୍‌ ଆଜି ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଓଲିଉଡ୍‌ ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ମୃତ୍ୟୁ ଘଟଣାରେ ଗତ ୮ ତାରିଖରେ ଆସିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଏବ˚ ୩ ଜଣିଆ ଟିମ୍‌ର ରିପୋର୍ଟ ଆଧାରରେ ନିିକିତାଙ୍କୁ ତାଙ୍କ ସ୍ବାମୀ ଲିପନ୍‌ ୪ ତାରିଖରେ ଛାତରୁ ଠେଲି ହତ୍ୟା କରିଥିବା ପୁଲିସ ବୟାନ ରଖିଥିଲା। କିନ୍ତୁ ଆଜି ଲିପନ୍‌ଙ୍କ ଭଉଣୀ ଦେଇଥିବା ବୟାନ ପୂରା ଘଟଣାକୁ ବିବାଦୀୟ ଓ ରହସ୍ୟଜନକ କରିଦେଇଛି। ନିର୍ଦ୍ଦିଷ୍ଟ ଭାବେ ସେଦିନ ଲିପନ୍‌ ଏବ˚ ନିକିତାଙ୍କ ମଧ୍ୟରେ କେଉଁ କାରଣ ପାଇଁ ମହାନଦୀବିହାର ଘରେ ପାଟିତୁଣ୍ତ ହୋଇଥିଲା, ସେ ସମ୍ପର୍କରେ ସୋନମ୍‌ ଜାଣି ନଥିବା କହିଛନ୍ତି। କିନ୍ତୁ ଛାତ ଉପରୁ ଠେଲି ହତ୍ୟା କରିବା ଘଟଣାକୁ ସେ ଖଣ୍ତନ କରିଛନ୍ତି। କହିଛନ୍ତି, ଗତ ୩୧ ତାରିଖରେ ନିକିତା ମୋ ଭାଇ ଏବ˚ ପୁତୁରା ସହିତ ସଦର ଥାନା ଗୋପାଳପୁରରେ ଥିବା ଶାଶୂ ଘରକୁ ଯାଇଥିବା ବେଳେ ଶାଶୂ-ବୋହୂଙ୍କ ମଧ୍ୟରେ କଳି ହୋଇଥିବା ନେଇ ଯେଉଁ ଅଭିଯୋଗ ସନାତନ କରିଛନ୍ତି, ତାହା ସଂପୂର୍ଣ୍ଣ ମିଥ୍ୟା। ଏହାର ପ୍ରମାଣ ଦେବାକୁ ଯାଇ ସେ ଉକ୍ତ ଦିନ ପରିବାର ମଧ୍ୟରେ କିଭଳି ଖୁସିର ମାହୋଲ ଥିଲା, ତାର ଏକ ଭିଡିଓ ଜାରି କରିଛନ୍ତି।

ଅନ୍ୟପଟେ ଲିପନଙ୍କ ଭଉଣୀଙ୍କ ଏପରି ବୟାନକୁ ନିକିତାଙ୍କ ବାପା ସନାତନ ଖଣ୍ତନ କରିଛନ୍ତି। ଛାତ ଉପରେ ନିକିତା ଏବ˚ ଲିପନ୍‌ ହିଁ ଥିଲେ। ଆଉ କେହି ନଥିଲେ। ଝିଅକୁ ଠେଲି ଦିଆଯାଇଥିବା ନେଇ ଶ୍ରୀ ବେହେରା ପୂର୍ବ ଅଭିଯୋଗକୁ ପୁଣି ଦୋହରାଇଛନ୍ତି। ଏଭଳି ସ୍ଥିତିରେ ଗୋଟିଏପଟେ ନିକିତାଙ୍କ ବାପା ଏବଂ ଅନ୍ୟପଟେ ନଣନ୍ଦଙ୍କ ବୟାନ ଆଦୌ ମେଳ ଖାଉ ନଥିବାରୁ ନିକିତାଙ୍କ ମୃତ୍ୟୁକୁ ନେଇ ରହସ୍ୟ ଅଧିକ ବଢ଼ିଯାଇଛି।

By amfnews

Related Post