Fri. Dec 27th, 2024

ନିଆଁରେ ପୋଡ଼ି ଦମ୍ପତି ଗୁରୁତର

By amfnews Dec 13, 2018 #Featured
168 Views

ରାଉରକେଲା, ୧୩ା୧୨ : ରଘୁନାଥପାଲି ଥାନା ଅଞ୍ଚଳରେ ସାମାନ୍ୟ ପାରିବାରିକ କଳହକୁ ନେଇ ପତି-ପତ୍ନୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ପତ୍ନୀ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ଉଭୟ ପତି-ପତ୍ନୀ ନିଆଁରେ ପୋଡ଼ିହୋଇ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଦେଓଗାଁ ବସ୍ତିରେ ବଳରାମ ନାୟକ (୩୩) ଓ ତାଙ୍କ ପତ୍ନୀ ସପ୍ନା ନାୟକ (୨୯) ରହନ୍ତି । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ସହ ବଚସା ହୋଇଥିଲା ।

ତେବେ ବଳରାମ ଶୋଇଥିବା ବେଳେ ସପ୍ନା ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କ ଚିତ୍କାର ଶୁଣି ବଳରାମ ଉଠିପଡି ତାଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ନିଆଁରେ ପୋଡ଼ି ହୋଇଯାଇଥିଲେ । ପାଖ ପଡୋଶୀ ଉଭୟ ପତି-ପତ୍ନୀଙ୍କୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ । ଆହତ ଦମ୍ପତିଙ୍କୁ ପୁଲିସ୍ ଆରଜିଏଚ୍ରେ ଭର୍ତ୍ତି କରିଥିଲା । ତେବେ ସପ୍ନାଙ୍କ ଶରୀରର ପ୍ରାୟ ୬୦ ଭାଗ ପୋଡି ଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଅଧିକ ଚିକିତ୍ସା ପାଇଁ ଉଭୟଙ୍କୁ ଆଇଜିଏଚ୍ ସ୍ଥାନାନ୍ତର କରାଯାଇଛି ।

By amfnews

Related Post