Sat. May 17th, 2025

ନିଆଁ ସାଙ୍ଗରେ ଖେଳ ନାହିଁ: ସୁପ୍ରିମ୍‌ କୋର୍ଟ

By amfnews Apr 25, 2019 #Featured
285 Views

ନୂଆଦିଲ୍ଲୀ: ଏ ଦେଶର ଧନୀ ଓ କ୍ଷମତାଶାଳୀମାନଙ୍କୁ କହିବାର ସମୟ ଆସି ଯାଇଛି ଯେ ସେମାନେ ନିଆଁ ସାଙ୍ଗରେ ଖେଳୁଛନ୍ତି। ସେମାନେ ତାହା କରନ୍ତୁ ନାହିଁ ବୋଲି ନ୍ୟାୟପାଳିକା ଉପରେ ହୋଇଥିବା ‘ବିଧିବଦ୍ଧ ଆକ୍ରମଣ’ ସଂକ୍ରାନ୍ତରେ କ୍ଷୋଭ ପ୍ରକାଶ କରି ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି।

ଯୌନ ନିର୍ଯାତନା ଅଭିଯୋଗ ଆଣି ଭାରତର ପ୍ରଧାନ ବିଚାରପତିଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରାଯାଇଥିବା କଥା ଜଣେ ଆଡ୍‌ଭୋକେଟ୍‌ କରିଥିବା ଦାବି ସମ୍ପର୍କରେ ଶୁଣାଣି କରିବା ବେଳେ ସୁପ୍ରିମ୍‌ କୋର୍ଟ ଏ କଥା କହିଛନ୍ତି। ଅପରାହ୍ଣ ୨ଟାରେ ଶୀର୍ଷ ଅଦାଲତ ଏକ ଆଦେଶ ଜାରି କରିବ।

ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଖଣ୍ଡପୀଠ କହିଲେ ଯେ ଗତ ୩/୪ ବର୍ଷ ହେବ ନ୍ୟାୟପାଳିକା ପ୍ରତି ଯେମିତି ଆଚରଣ କରାଯାଉଛି ସେଥିରେ ସେ ମର୍ମାହତ।ଜଷ୍ଟିସ୍‌ ଆର୍‌ ଏଫ୍‌ ନରିମ୍ୟାନ ଏବଂ ଦୀପକ ଗୁପ୍ତା ରହିଥିବା ଉକ୍ତ ଖଣ୍ଡପୀଠ କହିଛନ୍ତି: ଗତ କେତେ ବର୍ଷ ହେବ ଏ ପ୍ରତିଷ୍ଠାନ ପ୍ରତି ଯେମିତି ଆଚରଣ କରାଯାଉଛି ଆମେ କହୁଛୁ ଏମିତି ହେଲେ ଆମେ ବଞ୍ଚିବୁ ନାହିଁ। ଖଣ୍ଡପୀଠ କହିଲେ, ବିଧିବଦ୍ଧ ଆକ୍ରମଣ, ପ୍ରତିଷ୍ଠାନର ହାନି ନିମନ୍ତେ ବିଧିବଦ୍ଧ ଷଡ଼ଯନ୍ତ୍ର।

By amfnews

Related Post