Thu. Mar 12th, 2026
188 Views

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ଥାନା ଅନ୍ତର୍ଗତ ଦଣ୍ଡେଇମରା ଗାଁରେ ନିଆଁରେ ପୋଡ଼ି ହୋଇ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ତାଙ୍କ ନାଁ ଇନ୍ଦ୍ରମଣି ପ୍ରଧାନ । ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଇନ୍ଦ୍ରମଣି ଶୀତ ପାଇଁ ଘରେ ନିଆଁ ଜାଳି ଶୋଇଥିଲେ। ତେବେ ସେ ଶୋଇଥିବା ଅବସ୍ଥାରେ ନିଆଁ ତାଙ୍କ ଦେହରେ ଲାଗି ଯାଇଥିଲା। ନିଆଁରେ ତାଙ୍କ ଶରୀରର ୮୦ଭାଗ ପୋଡ଼ି ହୋଇଯାଇଥିବା ଜଣାପଡ଼ିଛି।

By amfnews

Related Post