Sat. Mar 7th, 2026

ନାୟକଗୁଡାସ୍ଥିତ ଅନ୍ଧ ମୁକବଧିର ବିଦ୍ୟାଳୟକୁ  ଜିଲାପାଳଙ୍କ ଗସ୍ତ।

303 Views

ମାଲକାନଗିରି ଜିଲ୍ଲା ଜିଲ୍ଲାପାଳ ମନୀଷ ଅଗ୍ରୱାଲ ବୁଧବାର ଦିନ ମାଥିଲି ବ୍ଲକ ଅନ୍ତର୍ଗତ ନାୟକଗୁଡା ଠାରେ ଥିବା ଅନ୍ଧ ମୁକ ବଧିର ହଷ୍ଟେଲ ବିଦ୍ୟାଳୟକୁ ଗସ୍ତ କରି ପରିଦର୍ଶନ କରିଥିଲେ।
ଏହି ହଷ୍ଟେଲଟି ମୋଟ ୧୦୦ ଶଜ୍ୟା ବିଶିଷ୍ଟ ହୋଇଥିବା ବେଳେ ୫୦ ଜଣ ଅନ୍ଧ ଛାତ୍ରଛାତ୍ରୀ ଓ ୫୦ ଜଣ ମୁକ ବଧିର ଛାତ୍ରଛାତ୍ରୀ ରହି ପାଠ ପଢୁଛନ୍ତି। ଏହି ହଷ୍ଟେଲ ବିଦ୍ୟାଳୟର ସୁରକ୍ଷା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଖାଦ୍ୟ ଓ ପରିଚାଳନା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ପଚାରି ବୁଝିଥିଲେ।ହଷ୍ଟେଲର ବିଭିନ୍ନ ଭିତ୍ତିଭୂମି ର ବିକାଶ ସମ୍ବନ୍ଧରେ ପରିଚାଳନା କମିଟି ସହ ଆଲୋଚନା କରିଥିଲେ।
ଏହି ହଷ୍ଟେଲରେ ଅନ୍ତେବାସୀ ଭାବେ ରହୁଥିବା ୧୦୦ ଜଣ ପିଲାମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୭୫ ହଜାର ଟଙ୍କା ପ୍ରତି ମାସରେ ଦିଆଯାଉଛି।
ଏହା ପରେ ମାଥିଲି ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ଚାଲୁରହିଥିବା କିଛି ନିର୍ମାଣାଧୀନ ପ୍ରକଳ୍ପ ଗୁଡିକ ବୁଲି ଦେଖିଥିଲେ।ଏହି ଅବସରରେ ଜିଲ୍ଲାପାଳଙ୍କ ସହ ଆରଡି-୧ ବିଭାଗର ନିର୍ବାହୀ ଯନ୍ତ୍ରୀ ଏନଭି ହରିହର ରାଓ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ପି କେ ପଣ୍ଡା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post