Sun. Mar 8th, 2026

ନାଳକୁ ଖସିଲା ଜିପ୍, ଗୋଟିଏ ପରିବାରର ୧୪ ମୃତ

156 Views

କାଠମାଣ୍ଡୁ: ପଶ୍ଚିମ ନେପାଳରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ନାଳକୁ ଏକ ଜିପ୍ ଖସି ପଡ଼ିବାରୁ ଘଟଣାସ୍ଥଳରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ତିନି ଜଣ ଆହତ ହୋଇଛନ୍ତି। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

ବାଗଲୁଂଗ ଜିଲ୍ଲାର ଭୀମଗିଠେରେ ଜିପଟି ରାସ୍ତାରେ ଯାଉଥିଲା। ହେଲେ ରାସ୍ତା ଖରାପ ଥିବା ଯୋଗୁ ଚାଳକ ଭାରସାମ୍ୟ ହରାଇଥିଲା। ଫଳରେ ୩୦୦ ମିଟର ତଳେ ଥିବା ଏକ ନାଳକୁ ଜିପଟି ଖସି ପଡ଼ିଥିଲା ବୋଲି ସ୍ଥାନୀୟ ପୁଲିସ କହିଛି। ଏହି ଦୁର୍ଘଟଣାରେ ୯ ଜଣ ମହିଳା, ୪ ପୁରୁଷ ଏବଂ ଜଣେ ଛୋଟ ଛୁଆର ମୃତ୍ୟୁ ଘଟିଛି। ଆହତ ୩ ଜଣଙ୍କୁ ଚିକିତ୍ସା ପାଇଁ କାଠମାଣ୍ଡୁ ପଠାଯାଇଥିବା ସୂଚନା ରହିଛି। ତେବେ ଏହି ଦୁର୍ଘଟଣାରେ ଏବେ ବି ଜଣେ ନିଖୋଜ ରହିଥିବା ସୂଚନା ରହିଛି। ତାଙ୍କୁ ଖୋଜିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

By amfnews

Related Post