Sun. Mar 8th, 2026

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

185 Views

କୁଜଙ୍ଗ ୨୭ ।୧୦ : କୁଜଙ୍ଗ ଥାନା ଅନ୍ତର୍ଗତ ଗୋପିଅାକୁଦ ପଞ୍ଚାୟତର ତାଳଦଣ୍ଡା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଓ ପରେ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ଅଢେଇ ମାସ ଧରି ଅନୈତିକ ସମ୍ପର୍କ ରଖିବା ଅଭିଯୋଗରେ ଜଣେ ଯୁବକଙ୍କୁ କୁଜଙ୍ଗ ପୁଲିସ ଗିରଫ କରିଛି। ଅଭିଯୋଗ ମୁତାବକ, ତାଳଦଣ୍ଡା ଅଞ୍ଚଳରେ ଦଶମ ଶ୍ରେଣୀରେ ପଢୁଥିବା ଜଣେ ପ୍ରାୟ ଅଢ଼େଇ ମାସ ତଳେ ରାତିରେ ବାହାରକୁ ଉଠିଥିବା ବେଳେ ଗ୍ରାମର ଜିଲୁ ବେହେରା ତାଙ୍କ ସହ ଜୋର ଜବରଦସ୍ତି କରି ଦୁଷ୍କର୍ମ କରିଥିଲା।

ଏକଥା କାହାକୁ  କହିଲେ ଜୀବନରେ ମାରିଦେବାକୁ ଧମକ ଦେଇ ସେ ନାବାଳିକାଙ୍କୁ ଚୁପ୍ କରାଇବା ସହ ପରେ ବିବାହର ପ୍ରଲୋଭନ ଦେଖାଇ ଅନୈତିକ ସମ୍ପର୍କ ରଖିଥିଲେ। ଏହାର କିଛିଦିନ ପରେ ସେ ତାଙ୍କ ସହ ବଳପୂର୍ବକ ସମ୍ପର୍କ ସ୍ଥାପନ କରିଥିଲେ। ନାବାଳିକା ଏ ସମ୍ପର୍କ‌େର ଘରେ ଜଣାଇବା ପରେ ଜିଲୁଙ୍କ ଘରର ଲୋକମାନେ ଅାସି ଗାଳିଗୁଲଜ କରିବା ସହିତ ବିବାହ ହୋଇପାରିବ ନାହଁି କହିଥିଲେ। ଚଳିତମାସ ୧୫ତାରିଖରେ ସ୍ଥାନୀୟ ସରପଞ୍ଚଙ୍କ ଜରିଅାରେ ଏହାର ଅାପୋଷ ସମାଧାନ ଉଦ୍ୟମ ବି ବିଫଳ ହୋଇଥିଲା। ଏହାକୁ ନେଇ ନାବାଳିକାଙ୍କ ପକ୍ଷରୁ ପୁଲିସରେ ଅଭିଯୋଗ କରାଯିବା ପରେ ପୁଲିସ ଏକ ମାମଲା (୧୯୩/୨୦୧୮) ରୁଜୁ କରି ଅଭିଯୁକ୍ତ ଜିଲୁଙ୍କୁ ଗିରଫ କରିଛି। ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଜିଲୁଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।

By amfnews

Related Post