Sat. Mar 7th, 2026

ନାବାଳିକାକୁ ଅଶ୍ଳୀଳ ଭିଡିଓ ଦେଖାଇବା ସ୍କୁଲ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା

292 Views

ଲକ୍ଷ୍ମୌ: ମଧ୍ୟପ୍ରଦେଶର ସିହୋର ସହରରେ ଜଣେ ସ୍କୁଲ ଶିକ୍ଷକ ଫୋନ୍‌ରେ ନାବାଳିକାକୁ ଅଶ୍ଳୀଳ ଭିଡିଓ ଦେଖାଇବା ଅଭିଯୋଗରେ ପୁଲିସ ଗିରଫ କରିଛି।

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଏଏସ୍‌ପି ସମୀର ଯାଦବ କହିଛନ୍ତି କି, ସ୍କୁଲ ଶିକ୍ଷକଙ୍କ ଏଭଳି ସ୍ୱଭାବ ଜାଣିବା ପରେ ପିଲାଙ୍କ ଅଭିଭାବକ ଉକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର ପାଣ୍ଡାଗ୍ରାମର ଏକ ସ୍କୁଲରେ ଘଟିଛି। ପୋକ୍‌ସୋ ଆକ୍ଟ ଜରିଆରେ ଉକ୍ତ ଶିକ୍ଷକଙ୍କ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି।

ସୂଚନାଯୋଗ୍ୟ, ପାଣ୍ଡାଗ୍ରାମରେ ଥିବା ଜଣେ ଶିକ୍ଷକ ସ୍କୁଲ ନାବାଳିକାଙ୍କୁ ଅନେକ ଦିନ ହେବ ଅଶ୍ଳୀଳ ଭିଡଓ ଦେଖାଇ ଆସୁଥିଲେ। ତେବେ ଏନେଇ ଅଭିଭାବକଙ୍କୁ କେହି କିଛି ଜଣାଇବେ ନାହିଁ ବୋଲି ବି ଛାତ୍ରୀଙ୍କୁ ଧର୍ମ ଦେଇ ରଖିଥିଲେ ଶିକ୍ଷକ। ତେବେ ନିକଟରେ ଜଣେ ଛାତ୍ରୀ ଶିକ୍ଷକଙ୍କ ଏହି କାରନାମ ବିଷୟରେ ନିଜର ପରିବାରଲୋକଙ୍କୁ ଜଣାଇବା ପରେ ଘଟଣା ସାମ୍ନାକୁ ଆସିଥିଲା।

By amfnews

Related Post