Sun. Mar 8th, 2026

ନାବାଳିକା ସହ ଗଣଦୁଷ୍କର୍ମ ଘଟଣାରେ ୨ ନାବାଳକକୁ ଅଟକ ରଖିଛି ପୁଲିସ , ୭ ଅଭିଯୁକ୍ତ ନାବାଳକ ଫେରାର୍

226 Views

ରାଉରକେଲା  : ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ କୁଆଁରମୁଣ୍ଡା ବ୍ଲକର ପୁଟୁଳିଖମଣ ପଞ୍ଚାୟତର ରାମପୁରର ହରପାଲି ପାହାଡ଼ ନିକଟରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ପୁଲିସ ୨ଜଣ ନାବାଳକକୁ ଅଟକ ରଖିଥିବା ବେଳେ ଅନ୍ୟ ୭ ଅଭିଯୁକ୍ତ ନାବାଳକ ଫେରାର୍ ଥିବା ଜଣାଯାଇଛି।

ସୂଚନା ଯୋଗ୍ୟ ଯେ ଗତ ୮ ତାରିଖ ରାତିରେ ୨ଜଣ ନାବାଳିକା ୨ ଜଣ ନାବାଳକଙ୍କ ସହ ସହମତି ଭିତ୍ତିରେ ଶାରୀରିକ ସଂପର୍କ ରଖିବାଲାଗି ହରପାଲି ପାହାଡ଼ ନିକଟସ୍ଥ ଏକ ଜଙ୍ଗଲକୁ ଯାଇଥିଲେ। ସେମାନଙ୍କ ଭିତରୁ ଜଣେ ନାବାଳିକା ସେଠାରୁ ଚାଲିଆସିଥିଲା। ପରେ ସେହି ବାଟଦେଇ ରାମପୁର ବସ୍ତିର ୭ଜଣ ନାବାଳକ ଆସୁଥିଲେ। ସେମାନେ ପୂର୍ବରୁ ସେଠାରେ ଥିବା ୨ ନାବାଳକଙ୍କ ସହ ମିଶି ନାବାଳିକା ସହ ଗଣ ଦୁଷ୍କର୍ମ କରିଥିଲେ। ଏହାର ମୋବାଇଲରେ ଭିଡିଓ ରେକର୍ଡିଂ ବି କରିଥିଲେ।

ତେବେ ଦୁଷ୍କର୍ମ ବେଳର ଭିଡିଓ ଭାଇରାଲ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି । ପରିବାର ଲୋକ ଏ ନେଇ ଗତକାଲି ବୀରମିତ୍ରପୁର ଥାନାରେ ଅଭିଯୋଗ କରିଥିଲେ। ବୀରମିତ୍ରପୁର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

By amfnews

Related Post