Sat. Mar 7th, 2026

ନାବାଳକ-ନାବାଳିକା ଯୋଡ଼ିଙ୍କୁ ମାଡ଼ମାରି ଉଲଗ୍ନ କରି ଗାଆଁରେ ପ୍ୟାରେଡ଼ କରାଗଲା

237 Views

ରାଞ୍ଚି: ଝାଡ଼ଖଣ୍ଡର ଦୁମକାରେ ଏକ ନାବାଳକ-ନାବାଳିକା ଯୋଡ଼ିଙ୍କୁ ନିର୍ମମ ଭାବେ ମାଡ଼ ମରାଯିବା ସହିତ ସେମାନଙ୍କୁ ଉଲଗ୍ନ କରି ପ୍ୟାରେଡ଼ କରାଯାଇଥିବାର ଖବର ମିଳିଛି। ଏହି ଯୋଡ଼ିଙ୍କୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉଭୟଙ୍କୁ ସରୈୟାହା ପୁଲିସ ଥାନାକୁ ଅଣାଯାଇଥିଲା।

ଦୁମକାର ପୁଲିସ ଅଧିକ୍ଷକ ଓ୍ଵାଇ ଏସ୍‌.ରମେଶଙ୍କ କହିବା ଅନୁଯାୟୀ ଏହି ଘଟଣାର ଏକ ଭିଡିଓ ମଧ୍ୟ ପୁଲିସର ହସ୍ତଗତ ହୋଇଛି। ଏହି ଯୋଡିଙ୍କୁ ଗ୍ରାମବାସୀମାନେ ଆପତ୍ତିଜନକ ସ୍ଥିତିରେ ଦେଖିବା ପରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବାଳକ ବାଳିକାଙ୍କ ଯୋଡ଼ିଙ୍କୁ ସୁରକ୍ଷା ଦିଆଯାଇ ପୋକସୋ ଆଇନ୍‌ ଅନୁଯାୟୀ ଜେଲ୍‌କୁ ପଠାଇ ଦିଆଯାଇଛି। ଏହି ଘଟଣା ସଂପର୍କରେ ପୁଲିସ ଅଧିକ ତଦନ୍ତ କରୁଥିବା ସେ କହିଛନ୍ତି।

ଗାଆଁରେ ଏକ ଶିବିର ସ୍ଥାପନ କରି ଭିଡିଓରେ ଦେଖିବାକୁ ମିଳୁଥିବା ଅଭିଯୁକ୍ତମାନଙ୍କୁ ପୁଲିସ ଧରିବ ବୋଲି ସେ କହିଛନ୍ତି। ତେବେ ଏ ଯାଏଁ ଘଟଣା ପଛରେ ଥିବା ଅସଲ କାରଣ ଜଣାପଡ଼ିନଥିବା ପୁଲିସ ଅଧିକ୍ଷକ କହିଛନ୍ତି।

By amfnews

Related Post