Sat. Mar 7th, 2026

ନାଗରିକତା ସଂଶୋଧନ ବିଲକୁ ସମର୍ଥନ କରିଲେ କଂଗ୍ରେସ ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ

208 Views

ଇନ୍ଦୋର: କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ପୁଣି ଥରେ କଂଗ୍ରେସରେ ଥାଇ ମୋଦୀ ସରକାରଙ୍କ ନାଗରିକତା ସଂଶୋଧନ ବିଲକୁ ସମର୍ଥନ କରିଛନ୍ତି।
ଆଗରୁ ସେ ୩୭୦ ଧାରା ଉଚ୍ଛେଦକୁ ବି ସମର୍ଥନ କରିଥିଲେ। ଏହାକୁ ନେଇ ସେସମୟରେ କଂଗ୍ରେସ ଭିତରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିଲା, ହେଲେ ଏହାକୁ ଖାତିର ନକରି ସିନ୍ଧିଆ ଏବେ ନାଗରିକତା ସଂଶୋଧନ ବିଲକୁ ସମର୍ଥନ କରିଛନ୍ତି। ଗତକାଲି କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଇନ୍ଦୋରଠାରେ କହିଛନ୍ତି ଯେ, ଏହି ବିଧେୟକ ସମ୍ବିଧାନର ବିରୋଧୀ କି ନା, ତାହା ଭିନ୍ନ କଥା ହେଲେ, ଏଥିରେ ଭାରତର ବସୁଧୈବ କୁଟୁମ୍ବକମର ବିଚାରଧାରା ରହିଥିବା ହେତୁ ତାହାକୁ ସେ ଏହାକୁ ସମର୍ଥନ କରନ୍ତି।

ଭାରତର ସମ୍ବିଧାନର ପ୍ରଣେତା ବାବାସାହେବ ଆମ୍ବେଦକର ସମ୍ବିଧାନରେ ଲେଖିଛନ୍ତି ଯେ,କୌଣସି ବ୍ୟକ୍ତିଙ୍କୁ ଜାତି-ଧର୍ମ ଦୃଷ୍ଟିକୋଣରୁ ଦେଖିବା ଠିକ ନୁହେଁ , କେବଳ ଭାରତର ନାଗରିକ ହିସାବରେ ଦେଖିବା ଆବଶ୍ୟକ । ଏହି ମତକୁ ସମ୍ମାନ ଦେଇ ସେ କେନ୍ଦ୍ର ସରକାରଙ୍କ ନାଗରିକତା ବିଲକୁ ସମର୍ଥନ କରନ୍ତି ବୋଲି ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି।

By amfnews

Related Post