Sun. Mar 8th, 2026

ନାଗରିକତା ଆଇନ ବିରୋଧରେ ଆଜି କୋଲ୍‌କାତାରେ ରାଲି କରିବେ ମମତା ବାନାର୍ଜୀ

226 Views

କୋଲ୍‌କାତା: ସଂଶୋଧିତ ନାଗରିକତା ଆଇନ ବିରୋଧରେ ପ୍ରତିବାଦ ଜଣାଇବାକୁ ଆଜି ଅପରାହ୍ଣରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ରାଲି କରିବାକୁ ଘୋଷଣା କରିଛନ୍ତି।

ଟୁଇଟ୍‌ କରି ବାନାର୍ଜୀ କହିଛନ୍ତି: ଅସାମ୍ବିଧାନିକ ସିଏବି ବିଲ୍‌ ଏବଂ ଏନ୍‌ଆର୍‌ସି ବିରୋଧରେ ପ୍ରତିବାଦ କରିବାକୁ ଆଜି ଗୋଟାଏ ବିଶାଳ ରାଲି କରାଯିବ। ଦିନ ୧ଟା ବେଳେ ଏହି ରାଲି ରେଡ୍‌ ରୋଡ୍‌ସ୍ଥିତ ବାବାସାହେବ ଅମ୍ବେଦକରଙ୍କ ପ୍ରତିମୂର୍ତ୍ତି ପାଖରୁ ଆରମ୍ଭ ହୋଇ ଜରାଶଙ୍କ ଠାକୁରବାଡ଼ି ଠାରେ ଶେଷ ହେବ। ଶାନ୍ତିପୂର୍ଣ୍ଣ ଆଚରଣପୂର୍ବକ ରାଲିରେ ଯୋଗ ଦେବାକୁ ସେ ଲୋକମାନଙ୍କୁ କହିଛନ୍ତି।

ସୋମବାରକୁ ମିଶାଇ କ୍ରମାଗତ ଚାରି ଦିନ ହେବ ରାଜ୍ୟରେ ନୂତନ ନାଗରିକତା ଆଇନ ବିରୋଧରେ ପ୍ରତିବାଦ ଚାଲିଥିବାରୁ କେତେକ ଅଞ୍ଚଳରେ ରାସ୍ତା ଓ ରେଳ ଅବରୋଧ କରାଯାଉଥିବା ଖବର ଆସୁଛି। କେତେକ ଜିଲ୍ଲାରେ ହିଂସାକାଣ୍ଡ, ଲୁଟ୍‌ ଓ ଜଳପୋଡ଼ା ଚାଲିଥିବା ଖବର ମଧ୍ୟ ମିଳିଛି।

ରାଜ୍ୟପାଳ ଜଗଦୀପ ଧନକର ରବିବାର ଦିନ ଅଭିଯୋଗ କରିଛନ୍ତି ଯେ ରାଜ୍ୟବ୍ୟାପୀ ଚାଲିଥିବା ଜଳାପୋଡ଼ା ଦମନ କରିବାକୁ ଠିକ୍‌ ଭାବେ ପୁଲିସ ମୁତୟନ ନ କରି ଟେଲିଭିଜନ୍‌ରେ ନାଗରିକତା ଆଇନ ବିରୋଧରେ ଅଭିଯାନ ଚଳାଇ ବାନାର୍ଜୀ ସର୍ବସାଧାରଣଙ୍କ ଅର୍ଥ ଅପଚୟ କରୁଛନ୍ତି।

By amfnews

Related Post