Sat. Jan 11th, 2025

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, କୋଭିଡ କଟକଣା ଲାଗି ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

By amfnews Oct 28, 2020 #Featured
197 Views

ଭୁବନେଶ୍ୱର, ଅକ୍ଟୋବର ୨୮ : ମୟୂରଭଂଜରେ ଥିବା ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ୧ ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଥରେ ଖୋଲିବ । ତେବେ ଚଳିତ ବର୍ଷ କୋଭିଡ-୧୯ କଟକଣା ମଧ୍ୟରେ ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଦେଖିବାକୁ ପାଇବେ । ଶମିଳିପାଳ ଅଭୟାରଣ୍ୟର ଆଂଚଳିକ ନିର୍ଦ୍ଦେଶକ ତଥଶ ଶିମିଳିପାଳ ବ୍ୟାଘ୍ର ସଂରକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି ।  ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନମାନେ  ବାରିପଦା ଓ ଯଶୀପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟରୁ ଅନୁମତି ପାଇପାରିବେ । ପ୍ରତ୍ୟେକ ଦିନ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ଦେଇ ୨୫ ଗୋଟି ଓ ଯଶୀପୁରର କାଳିଆଣି ଫାଟକ ମଧ୍ୟ ଦେଇ ୩୫ ଗୋଟି ଚାରିଚକିଆ ଯାନର ପ୍ରବେଶ ନିମନ୍ତେ ସର୍ବପ୍ରଥମେ ଆସିଥିବା ଯାନଗୁଡ଼ିକ ମଧ୍ୟରୁ କ୍ରମାନ୍ୱୟ ଅନୁସାରେ ଅନୁମିତି ମିଳିପାରିବ ।

ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟରରେ ପୂର୍ବାହ୍ନ ୬ଟାରୁ ୯ଟା ପର୍ଯ୍ୟନ୍ତ ପ୍ରବେଶ ଟିକେଟ ମିଳିପାରିବ ।  ଅଭୟାରଣ୍ୟକୁ ସ୍ୱଚ୍ଛ ନିର୍ମଳ ରଖିବା ପାଇଁ ଲକ୍ଷ ରଖାଯାଇଛି । ସେଥିପାଇଁ ପର୍ଯ୍ୟଟକମାନଙ୍କୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଶ  ଆଦି  ନ ନେବା ପାଇଁ ପରାମର୍ଶ ଜାରି କରାଯାଇଛି ।  ସେହିପରି  ପର୍ଯ୍ୟଟକମାନେ ପ୍ରବେଶ ସମୟରେ ମାସ୍କ ପି୍‌ନ୍ଧି ଓ ସାମାଜିକ ଦୂରତାକୁ ପାଳନ କରନ୍ତୁ ବୋଲି କୁହାଯାଇଛି । 

ପ୍ରବେଶ ଓ ପ୍ରସ୍ଥାନ ସମୟରେ ଫାଟକରେ ପର୍ଯ୍ୟଟକଙ୍କର ଯାନବାହନ, ଜିନିଷପତ୍ର ସହିତ ସେମାନଙ୍କୁ ଯାଂଚ କରାଯିବ । ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ୪ଟା ପୂର୍ବରୁ ଚହଲା ଛାଡ଼ିବେ । ପର୍ଯ୍ୟଟକମାନଙ୍କୁ ୱେବସାଇଟ www.ecotourodisha.comùeରେ  ଅଗ୍ରୀମ ଆରକ୍ଷଣ କରାଇବାକୁ ପଡ଼ିବ ।  

By amfnews

Related Post