Sat. Mar 7th, 2026

ନବୀନଙ୍କୁ ଭେଟିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ

290 Views

ଭୁବନେଶ୍ୱର: ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଭେଟିଛନ୍ତି। ଲୋକସେବା ଭବନରେ ହୋଇଥିବା ଏହି ସାକ୍ଷାତକାର ସୌଜନ୍ୟମୂଳକ ଥିଲା ବୋଲି ଶ୍ରୀ ଦାଶ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି, ଓଡ଼ିଶା ମୋ ରାଜ୍ୟ, ତେଣୁ ଏହାର ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସାକ୍ଷାତ ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ଏହି ଅବସରରେ ଆର୍ଥିକ ସଙ୍କଟ ଏବଂ ଅନ୍ୟ କିଛି ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

ଏହି ସାକ୍ଷାତକାର ପରେ ଶ୍ରୀ ଦାଶ ଗଣମାଧ୍ୟମକୁ କହିଛନ୍ତି, “ଆର୍ଥିକ ଅନତର୍ଭୁକ୍ତିକରଣ କାର୍ଯ୍ୟକ୍ରମ, ବ୍ୟାଙ୍କିଙ୍ଗ୍, ଡିଜିଟାଲ ପେମେଣ୍ଟ, କୃଷି ଋଣରେ ସଂସ୍କାର, ଡେଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଆଦି ପ୍ରସଙ୍ଗ ଆଲୋନଚନା ହୋଇଥିଲା।”

ଗଭର୍ଣ୍ଣର କହିଛନ୍ତି, ଆସନ୍ତାକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସେଣ୍ଟ୍ରାଲ ବୋର୍ଡ ମିଟିଂ ପାଇଁ ସେ ଏଠାକୁ ଆସିଛନ୍ତି। ଏଠାରେ ଶେଷ ଥର ପାଇଁ ୨୦୧୨ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ୭ ବର୍ଷ ପରେ ଏହି ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିଲାବେଳେ ଖୋଦ୍‌ ଆରବିଆଇ ଗଭର୍ଣ୍ଣର ଜଣେ ଓଡ଼ିଆ ଏବଂ ଭୁବନେଶ୍ୱରରେ ଜୀବନର ବେଶ କିଛି ସମୟ କାଟିଛନ୍ତି।

By amfnews

Related Post