Sat. Mar 7th, 2026

ନବୀନ ନିବାସରେ ବିଜେଡି ସଂସଦୀୟ ଦଳର ବୈଠକ

496 Views

ଭୁବନେଶ୍ୱର : ରବିବାର ପୂର୍ବାହ୍ନ ୧୦: ୩୦ ବେଳେ ନବୀନ ନିବାସରେ ବିଜେଡିର ନବନିର୍ବାଚିତ ୧୨ ଜଣ ସାଂସଦଙ୍କ ସହ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କର ବୈଠକ ହୋଇଯାଇଛି।ସାଂସଦ ନିର୍ବାଚିତ ଭର୍ତ୍ତୃହରି ମହତାବ, ପିନାକୀ ମିଶ୍ର, ଚନ୍ଦ୍ରଶେଖର ସାହୁ, ଅଚ୍ୟୁତ ସାମନ୍ତ, ରମେଶ ମାଝୀ, ମହେଶ ସାହୁ, ଅନୁଭବ ମହାନ୍ତି, ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ପ୍ରମିଳା ବିଷୋୟୀ. ରାଜଶ୍ରୀ ମଲ୍ଲିକ ଓ ଚନ୍ଦ୍ରାଣୀ ମୁର୍ମୁ ଉପସ୍ଥିତ ଥିଲେ। କେନ୍ଦ୍ର ବିପକ୍ଷରେ ବିଜେଡିର କ’ଣ ଆଭିମୁଖ୍ୟ ରହିବ ତାହା ଏହି ବୈଠକରେ ଆଲୋଚନା କରାଯାଇଛି। ଦଳର ମୁଖ୍ୟ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ସାଂସଦଙ୍କ ସହ କଥାବାର୍ତ୍ତା କରିଥାଇ ପାରନ୍ତି।

ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ନିବାସ ବାହାରକୁ ଆସିଥିଲେ ମଧ୍ୟ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି। ସଂସଦୀୟ ଦଳର ମୁଖ୍ୟ ଏବଂ ମୁଖପାତ୍ର ଭାବେ କାହାକୁ ଚୟନ କରାଯାଇଛି ତାହା ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଘୋଷଣା କରିବେ। ଏହା ପରେ ବିଜେଡି କାର୍ଯ୍ୟାଳୟରେ ବିଧାୟକ ଦଳର ବୈଠକ ଆରମ୍ଭ ହେବ।

By amfnews

Related Post