Sat. Mar 7th, 2026

ନବୀନ ନିବାସରେ ଦିଲ୍ଲୀପ ତିର୍କୀ ଏବଂ ପଦ୍ମଶ୍ରୀ ହଳଧର ନାଗ

411 Views

ଭୁବନେଶ୍ୱର 17th March,2019: ସାଧାରଣ ନିର୍ବାଚନ ଘୋଷଣା ହେବାର କିଛି ଦିନପରେ ଗତ ୪ ଦିନ ଧରି ଲଗାତର ଭାବେ ନବୀନ ନିବାସ ଆଗରେ ଦେଖିବାକୁ ମିଳୁଛି ଭିଡ । ଶହ ଶହ ନେତାଙ୍କ ସହ କର୍ମୀଙ୍କ ଭିଡ ଦେଖିବାକୁ ମିଳୁଛି ନବୀନ ନିବାସ ଆଗରେ । ଆଜି ଦିଲ୍ଲୀପ ତିର୍କୀଙ୍କୁ ନବିନ ନିବାସରେ ଦେଖିବାକୁ ମିଳିଛି ।ଠିକ୍ ସେହିପରି ପଦ୍ମଶ୍ରୀ ହଳଧର ନାଗ ବି ଆଜି କିଶୋର ମହାନ୍ତି ଏବଂ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସହ ନବୀନ ନିବାସରେ ପହଞ୍ଚିଥିଲେ।

ସେପଟେ ନବୀନ ନିବାସରେ ଗତକାଲି ରାତିରେ ବି ନେତାଙ୍କ ଭିଡ ଦେଖିବାକୁ ମିଳିଥିଲା । ଦଳର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦଓ, ପିନାକୀ ମିଶ୍ର, ଅନନ୍ତ ଦାସଙ୍କ ସମେତ ଅନ୍ୟ ନେତା ନବୀନ ନିବାସ ଆସିଥିଲେ । ସାମାଜିକ କର୍ମୀ ମୀରା ପରିଡାଙ୍କୁ ବି ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଆଗାମୀ ନିର୍ବାଚନରେ ନିର୍ବାଚନ ନ ଲଢିବାକୁ ଘୋଷଣା କରିଛନ୍ତି ଅନଙ୍ଗ ଉଦୟ । ସେ କହିଛନ୍ତି, ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟଙ୍କ ବିଜୟ ହେବ । ସେହିଭଳି ଅନନ୍ତ ଦାସ ବି କହିଛନ୍ତି, ନିର୍ବାଚନ ଲଢିବାକୁ ତାଙ୍କୁ ସବୁଜ ସଙ୍କେତ ମିଳିସାରିଛି ।

By amfnews

Related Post