Fri. Jan 10th, 2025

ନବରାତ୍ରୀ ସମୟରେ ଦିଲ୍ଲୀରୁ ବୈଷ୍ଣୋଦେବୀ ଯାଏଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ

By amfnews Sep 20, 2019 #Featured
232 Views

ନୂଆଦିଲ୍ଲୀ : କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ ଗୋୟଲ ଘୋଷଣା କରିଛନ୍ତି ଯେ, ନବରାତ୍ରୀ ସମୟରେ ଦିଲ୍ଲୀରୁ ବୈଷ୍ଣୋଦେବୀ ଯାଏଁ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ । ଚଳିତ ମାସ ଶେଷ ସପ୍ତାହରୁ ନବରାତ୍ରୀ ଆରମ୍ଭ ହେଉଥିବା ଜଣାଯାଇଛି ।ଏହି ସମୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ବିଶେଷ ସୁବିଧା ଦେବାଲାଗି ଏଭଳି କରାଯିବ ବୋଲି କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତର ଭାରତର ଅନ୍ୟତମ ଲୋକପ୍ରିୟ ତୀର୍ଥସ୍ଥଳ ବୈଷ୍ଣୋଦେବୀକୁ ଭାରତୀୟ ରେଳବାଇର ଏହି ଅତ୍ୟାଧୁନିକ ଟ୍ରେନ ଚାଲିବା ପରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ । ବନ୍ଦେ ଭାରତ ଏକ୍ସପ୍ରେସରେ କମ୍ ସମୟ ମଧ୍ୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଦିଲ୍ଲୀରୁ ବୈଷ୍ଣୋଦେବୀ ଯାଏଁ ଯାତ୍ରା କରିପାରିବେ।

ଶ୍ରୀ ମାତା ବୈଷ୍ଣୋଦେବୀ ଶ୍ରାଇନ ବୋର୍ଡର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଚଳିତ ବର୍ଷ ଏଯାଏଁ ୬୦ ଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଆସିଛନ୍ତି । ଏମାନେ ଅଧିକାଂଶ ଜମ୍ମୁ ଓ କଟରା ଆସୁଥିବା ଟ୍ରେନ ଉପରେ ଭରସା କରିଥାନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ପରେ ଦିଲ୍ଲୀରୁ କଟରା ଯାତାୟତ ସମୟରେ ୪ ଘଣ୍ଟା କମ ହୋଇଯିବ। ଫଳରେ ଆଗରୁ ୧୨ ଟଣ୍ଟା ସମୟ ଲାଗୁଥିବା ବେଳେ ଏବେ ମାତ୍ର ଆଠ ଘଣ୍ଟା ସମୟ ଲାଗିବ ।

By amfnews

Related Post