Sat. Mar 7th, 2026

ନବରଙ୍ଗପୁରରେ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ: କହିଲେ, ବୀମା ଯୋଜନାରେ ଚାଷୀଙ୍କୁ କାହିଁକି ହଇରାଣ କରାଯାଉଛି

305 Views

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଗସ୍ତରେ ଯାଇ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି । ନବରଙ୍ଗପୁର ଷ୍ଟାଡିୟମରେ ଆୟୋଜିତ ଜନସଭାରେ ନବୀନ  କେନ୍ଦ୍ରକୁ ଟାର୍ଗେଟ କରିବା ସହ ରାଜ୍ୟ ସରକାରଙ୍କ ସଫଳତା ବଖାଣିଛନ୍ତି  । ଏହି ଜନସଭାରେ ନବୀନ ଜୟ ଜଗନ୍ନାଥ..ଆପଣମାନଙ୍କୁ ମୋର ନମସ୍କାର କହି ନିଜ ଭାଷଣ ଆରମ୍ଭ କରିଥିଲେ।

ନିଜ ଭାଷଣରେ ସେ  ରାଜ୍ୟରେ ଜଳସେଚନ ଲାଗି କେନ୍ଦ୍ର ମାତ୍ର ୨୫୦କୋଟି ହୋଇଥିବା ବେଳେ ରାଜ୍ୟ ସରକାର ୨୦,୦୦୦ କୋଟି ଖର୍ଚ୍ଚ କରିଛନ୍ତି ବୋଲି କହିଥିଲେ। ଏଥିସହିତ  ୪୦ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ଦିଆଯାଇଛି ଏବଂ ବିଜେଡି କ୍ଷମତାକୁ ଆସିଲେ ପ୍ରଥମ ଦିନରେ କାଳିଆ ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ। କେନ୍ଦ୍ରକୁ ଟାର୍ଗେଟ କରି  ଦୁଇଗୁଣା ଏମ୍‌ଏସ୍‌ପି ଗଲା କୁଆଡେ ଏବଂ  ବୀମା ଯୋଜନାରେ ଚାଷୀଙ୍କୁ କାହିଁକି ହଇରାଣ କରାଯାଉଛି ବୋଲି ବି ନବୀନ ପ୍ରଶ୍ନ କରିଥିଲେ। ଆଗକୁ ନବୀନ କହିଥିଲେ ସାଢ଼େ ଚାରିକୋଟି ଓଡ଼ିଆ ମୋ ପରିବାର । ଚାଷୀଙ୍କ କଲ୍ୟାଣ ବିଜେଡି ଏଜେଣ୍ଡାରେ ୧ନମ୍ବରରେ ରହିଛି।

By amfnews

Related Post