Sun. Mar 8th, 2026

ନନ୍ଦନକାନନରେ ‘ହରପିସ୍’ ଭୟ; ମଲେଣି ୩ ହାତୀ

249 Views

ଭୁବନେଶ୍ୱର  :  ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହରପିସ୍ ଭୂତାଣୁ ଭୟ। ଏଥିଯୋଗୁ  ଗତ ୨୫ ଦିନରେ ନନ୍ଦନକାନନରେ ୩ଟି ହାତୀ ଆଖି ବୁଜିଲେଣି । ଗତକାଲି ୭ ବର୍ଷର ମାଈ ହାତୀ କମଳା ଆଖି ବୁଜିଛି। ଘାତକ ‘ହରପିସ୍’ ଭୂତାଣୁ ସଂକ୍ରମଣରେ କମଳାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ପୂର୍ବରୁ ନନ୍ଦନକାନରେ ଥିବା ଏକ ଦନ୍ତା ଓ ଗୋଟିଏ ମାଈ ହାତୀର ବି ଏଥିଯୋଗୁ ମୃତ୍ୟୁ ହୋଇସାରିଛି । ଅଗଷ୍ଟ ୨୫ତାରିଖରେ ମାଈ ହାତୀ ‘ଜୁଲି’ ଓ ସେପ୍ଟେମ୍ବର ୧୫ରେ ଏକମାତ୍ର ଦନ୍ତା ‘ଚନ୍ଦନ’ର ମୃତ୍ୟୁ ହୋଇଥିଲା। ନନ୍ଦନକାନନରେ ବର୍ତ୍ତମାନ ୫ଟି ମାଈ ହାତୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ଟି ଛୋଟ ହାତୀ ଅଛନ୍ତି। ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ କହିଛନ୍ତି,ହରପିସ୍ ଭୂତାଣୁ ଚିହ୍ନଟ ହୋଇଛି।ଏହାର ନିରାକରଣ ପାଇଁ ଉଦ୍ୟମ କରାଯିବ।

By amfnews

Related Post