Fri. Mar 6th, 2026

ନନ୍ଦନକାନନରେ ଆଖି ବୁଜିଲା ବର୍ଷା

353 Views

ଭୁବନେଶ୍ୱର : ନନ୍ଦନକାନନରେ କଲରାପତରିଆ ବାଘୁଣୀ ବର୍ଷାର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ବର୍ଷାର ଗତକାଲି ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ବର୍ଷାର ଗର୍ଭାଶୟ ସମସ୍ୟା ଦେଖାଦେବାରୁ ଗତ ଜୁଲାଇରେ ତା’ର ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିଲା। ହେଲେ ଗତକାଲି ସକାଳେ  ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲା। ପରେ ପ୍ରାଣୀଉଦ୍ୟାନରେ ଥିବା ଚିକିତ୍ସା କେନ୍ଦ୍ରରେ ତାକୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାର ମୃତ୍ୟୁ ଘଟିଥିଲା।ମୃତ୍ୟୁ ବେଳକୁ ତାକୁ ୧୪ ବର୍ଷ ହୋଇଥିଲା।

୩ ମାସର ହୋଇଥିବା ବେଳେ ବର୍ଷାକୁ ଚନ୍ଦକାରୁ ଉଦ୍ଧାର କରାଯାଇ ନନ୍ଦନକାନନକୁ ଅଣାଯାଇଥିଲା। ବର୍ଷାର ମୃତ୍ୟୁ ପରେ ଏବେ ନନ୍ଦନକାନନରେ କଲରାପତରିଆ ବାଘ ସଂଖ୍ୟା ୬କୁ ହ୍ରାସ ପାଇଛି।

By amfnews

Related Post