Sun. Mar 8th, 2026

ନଦୀରୁ ମିଳିଲା ବସ୍ତା, ଥିଲା ୨ଟି ମୃତଦେହ

174 Views

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପତି ଘାଟରେ ବସ୍ତାରେ ବନ୍ଧା ଅବସ୍ଥାରେ ୨  ଅଚିହ୍ନା ଶବ ଉଦ୍ଧାର ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା  ଅଛନ୍ତି । ସେମାନଙ୍କ ପରିଚୟ ମିଳିପାରି ନାହିଁ।

ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍‌ ସନ୍ଦେହ କରୁଛି। ନଦୀ ଅପରପାର୍ଶ୍ୱରେ ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଥାନା ଅଞ୍ଚଳ ହୋଇଥିବା ବେଳେ ସେଠାରେ କେହି ଉଭୟଙ୍କୁ ହତ୍ୟା କରି ବସ୍ତାରେ ବାନ୍ଧି ଆଣି ନଦୀରେ ଫିଙ୍ଗି ଦେଇଥିବା ପୁଲିସ୍‌ ସନ୍ଦେହ କରୁଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ନଦୀରୁ ବନ୍ଧା ହୋଇଥିବା ବସ୍ତାକୁ ଉଦ୍ଧାର କରି ଖୋଲିଥିଲା । ତେବେ ମୃତଦେହଦ୍ୱୟ ପଚି ଯାଇଥିବାରୁ ସେମାନଙ୍କ ପରିଚୟ ମିଳିବାରେ କଷ୍ଟ ହେଉଛି। କିଏ, କାହିଁକି  ଓ କେଉଁଠି ଏପରି ନୃଶଂସ କାଣ୍ଡ ଘଟାଇଛି ତାହା ଖୁବ୍‌ ଶୀଘ୍ର ଜଣାପଡ଼ିବ ବୋଲି ଚମ୍ପୁଆ ଏସ୍‌ଡ଼ିପିଓ ହରିହର ପାଣି କହିଛନ୍ତି।

By amfnews

Related Post