Tue. Mar 10th, 2026

ନକ୍ସଲଙ୍କ ଆକ୍ରମଣରେ ମୃତ୍ୟୁ ବରଣ କାଲେ ସମାଜବାଦୀ ପାର୍ଟି ନେତା ସନ୍ତୋଷ ପୁନେମ

230 Views

ବିଜାପୁୁର : ଛିତିଶଗଡ଼ର ବିଜାପୁରଠାରେ ବାମପନ୍ଥୀ ଉଗ୍ରବାଦୀମାନେ ଅନ୍ୟ ଏକ ଅଭାବନୀୟ ଘଟଣା ଘଟାଇଛନ୍ତି। ଗତକାଲି ଅପହରଣ ହୋଇଥିବା ସମାଜବାଦୀ ପାର୍ଟି ନେତା ବୁଧବାର ମୃତ ଅବସ୍ଥାରେ ମିଳିଛନ୍ତି। ତାଙ୍କ ମୃତ ଦେହ ସ୍ଥାନୀୟ ଅଞ୍ଚଳର ମରିମାଲା ଅଞ୍ଚଳରୁ ଉଦ୍ଧାର ହୋଇଛି।

ମୃତ ସମାଜବାଦୀ ନେତା ଜଣକ ହେଉଛନ୍ତି ସନ୍ତୋଷ ପୁନେମ। ସ୍ଥାନୀୟ ଅଞ୍ଚଳରେ ସେ ଜଣେ କଣ୍ଟ୍ରାକ୍ଟର ଭାବେ କାମ କରୁଥିଲେ। ମଙ୍ଗଳବାର ସଂଧ୍ୟାରେ ତାଙ୍କୁ ମରିମାଲା ଅଞ୍ଚଳରେ ଥିବା ତାଙ୍କ କନ୍‌ଷ୍ଟ୍ର୍ରକସନ ସାଇଟ୍‌ରୁ ଅପହରଣ କରି ନିଆଯାଇଥିଲା।ବୁଧବାର ସକାଳୁ ସ୍ଥାନୀୟ ଲୋକ ମରିମାଲା ଅଞ୍ଚଳର ପର୍ବତ ନିକଟରୁ ତାଙ୍କ ରକ୍ତ ଜର୍ଜରିତ ମୃତ ଦେହକୁ ଦେଖିବା ପରେ ପୁଲିସ୍‌ରେ ଖବର ଦେଇଥିଲେ।ଖବର ପାଇଁ ସୁରକ୍ଷାକର୍ମୀଙ୍କ ଏକ ଦଳ ଆସି ପୁଲିସ୍‌ ଷ୍ଟେସନ୍‌ରୁ ୬ କିଲୋମିଟର ଥିବା ଜଙ୍ଗଲରେ ସର୍ଚ ଅପରେସନ ଆରମ୍ଭ କରିଥିଲେ।

By amfnews

Related Post