Sat. Apr 19th, 2025

ନକ୍ସଲଙ୍କ ଅଭିଯୋଗ : ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚାଷକୁ ପୁଲିସ ଦେଉଛି ପ୍ରୋତ୍ସାହନ

By amfnews Aug 16, 2018 #Featured
164 Views

ମାଲକାନଗିରି/ଚିତ୍ରକୋଣ୍ଡା : ଗତ କିଛି ଦିନ ହେଲା ମାଲକାନଗିରି ଜିଲ୍ଲା ଚତ୍ରକୋଣ୍ଡାରେ ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ହୋଇଛନ୍ତି ନକ୍ସଲ। ବାରମ୍ବାର ନିଜ ଉପସ୍ଥିତି ଜାହିର କରିବାକୁ କିଛି ନା’ କିଛି କରୁଛନ୍ତି। ଏହିକ୍ରମରେ ଚିତ୍ରକୋଣ୍ଡା ବ୍ଲକର ଦୋରାଗୁଡା ଏବଂ ନୁଆଗୁଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବହୁ ପୋଷ୍ଟର ମାରିଛନ୍ତି। ସେଥିରେ ଚାଷୀ ଧାନ, ସୁଆଁ, ମାଣ୍ଡିଆ ଚାଷ ବଦଳରେ ଗଞ୍ଜେଇ ଚାଷ କରୁଛନ୍ତି।

ଏଥିପାଇଁ ପୁଲିସ ହିଁ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଥିବା ଉଲ୍ଲେଖ ହୋଇଛି। ତେଣୁ ତୁରନ୍ତ ଗଞ୍ଜେଇ ଚାଷ ବନ୍ଦ କରିବାକୁ ଦାବି କରିଛନ୍ତି। ଗଞ୍ଜେଇ ମାଫିଆଙ୍କ ଠାରୁ ସ୍ଥାନୀୟ ପୁଲିସ ୧ ଲକ୍ଷ ଟଂକା, ମୁଖ୍ୟାଳୟ ପୁଲିସ ୩ ଲକ୍ଷ ଟଂକା ଏବଂ ଅବକାରୀ ବିଭାଗ ୫ ଲକ୍ଷ ଟଂକା ଚାନ୍ଦା ରୂପେ ନେଉଥିବା ଅଭିଯୋଗ କରିଛନ୍ତି। ପୁଲିସ ଗଞ୍ଜେଇ ଚାଷକୁ ଦେଉଥିବା ପ୍ରୋତ୍ସାହନ ବନ୍ଦ କରନ୍ତୁ ଏବଂ ଏହାକୁ ବିରୋଧ କରିବା ପାଇଁ ଦାବି କରିଛନ୍ତି।

ମାଲକାନଗିରିରେ ଗଞ୍ଜେଇ ଚାଷକୁ କିଏ ପ୍ରୋତ୍ସାହନ ଦେଉଛି, ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ପୁଲିସ ଏବଂ ନକ୍ସଲ ପରସ୍ପରକୁ ଦୋଷ ଦେଉଛନ୍ତି। ଯାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ତେଣୁ ଏହି ଗଞ୍ଜେଇ ଚାଷ ପଛରେ କିଏ ରହିଛି ତାହାର ପର୍ଦାଫାସ ହେବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ବର୍ତମାନ ମାଲକାନଗିରି ଗଂଜେଇର ପେଣ୍ଠସ୍ଥଳୀ ରୂପେ ଉଭା ହୋଇଛି। ଓଡ଼ଶା ସମେତ ଭାରତର ପ୍ରାୟ ସବୁ ରାଜ୍ୟରୁ ବେପାରୀ ମାଲକାନଗିରି ଆସି ଗଂଜେଇ ନେଉଛନ୍ତି। ବିଦେଶକୁ ମଧ୍ୟ ଚେର ଲମ୍ବିଥିବା କୁହାଯାଉଛି। ରାତାରାତି ଧନୀ ହେବାର ଲାଳସାରେ ବହୁ ଯୁବକ, ଯୁବତୀ ବିପଥାଗାମୀ ହେଉଛନ୍ତି। ତେଣୁ ଜିଲ୍ଲାରେ ଗଂଜେଇ ଚାଷ କେବେ ବନ୍ଦ ହେଉଛି ଦେଖିବାକୁ ବାକି ରହିଲା।

By amfnews

Related Post