118 Views
ମୁମ୍ବାଇ : କ୍ରିକେଟ୍ ବିଶ୍ପକପରେ ଭାରତୀୟ ୱିକେଟ କିପର ମହେନ୍ଦ୍ର ସିଂ ଧୋନୀ ନିଜ ଗ୍ଲୋଭସରେ ଭାରତୀୟ ସେନାର ସ୍ୱତନ୍ତ୍ର ବଳିଦାନ ଲୋଗୋ ବ୍ୟବହାର କରିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ପରେ ଧୋନୀଙ୍କୁ ଗ୍ଲୋଭସରୁ ଲୋଗୋ ହଟାଇବାକୁ ଆଇସିସି ନିର୍ଦ୍ଦେଶ ଦେବା ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକଙ୍କ ସମର୍ଥନରେ ବାହାରିଥିଲା ବିସିସିଆଇ । ବିସିସିଆଇ ପତ୍ର ଲେଖି ଲୋଗୋ ବ୍ୟବହାର ସପକ୍ଷରେ ମତ ରଖିଥିଲା। ମାତ୍ର ଏ ସଂପର୍କରେ ଆଇସିସି ସ୍ପଷ୍ଟ କରିଦେଇଛି କି ଧୋନୀଙ୍କ ଗ୍ଲୋଭସରେ ବଳିଦାନ ବ୍ୟାଚ୍ ଲାଗି ପାରିବ ନାହିଁ । ବର୍ତ୍ତମାନ ବିସିସିଆଇ ପ୍ରଶାସନିକ କମିଟିର ମୁଖ୍ୟ ବିନୋଦ ରାଏ ଘୋଷଣା କରିଛନ୍ତି ଯେ ବିସିସିଆଇ ଆଇସିସିର ନିଷ୍ପତ୍ତିକୁ ସମର୍ଥନ କରିବ। ଆଇସିସିର କୌଣସି ନିୟମର ବିରୁଦ୍ଧାଚରଣ ବିସିସିଆଇ କରିବ ନାହିଁ। ତେଣୁ ପରବର୍ତ୍ତୀ ମ୍ୟାଚରେ ଧୋନୀ ତାଙ୍କ କିପିଙ୍ଗ ଗ୍ଲୋଭସରେ ଭାରତୀୟ ସେନାର ବଳିଦାନ ଲୋଗୋ ବ୍ୟବହାର କରିପାରିବେ ନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।