Sat. Nov 2nd, 2024

ଧୋକ୍କା ଦେଲେ ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ରାଜ୍ୟ ସରକାରଙ୍କ ବିରୋଧରେ ଚାଷୀଙ୍କ ମେଳି ! ବିଧାନସଭା ଓ ସଚିବାଳୟ ସମ୍ମୁଖରେ ସୁରକ୍ଷା କଡାକଡି

By amfnews Nov 5, 2018 #Featured
262 Views

ଭୁବନେଶ୍ୱର, ନଭେମ୍ବର ୫: ପ୍ରାଇସ୍ , ପେଷ୍ଟିଜ୍ ଓ ପେନସନ ଦାବିରେ ରାଜରାସ୍ତାରେ ଚାଷୀ  । ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ  । ଚାଷୀ ଆନ୍ଦୋଳନକୁ ଭଣ୍ଡୁର ପାଇଁ ଲଗାଇଲେ ପୋଲିସ ପ୍ରଶାସନ  । ଖୋଲା ଆକାଶ ତଳେ ଶୀତକାକରରେ ବସି ରହିଛନ୍ତି ହଜାର ହଜାର ଚାଷୀ  । ରାଜ୍ୟ ସରକାରଙ୍କ ପ୍ରତାରଣା ବିରୋଧରେ ଚାଷୀଙ୍କ ଯୁଦ୍ଧଂ ଦେହି ଡାକରା  ।

ଚାଷୀଙ୍କ ରଣହୁଙ୍କାରରେ ସରକାର ଭୟଭୀତ  । ବିଧାନସଭା ଓ ସଚିବାଳୟ ସମେତ ସହରର ସମସ୍ତ ପ୍ରବେଶ ପଥ ସମ୍ମୁଖରେ ସୁରକ୍ଷାକ କଡାକଡି  । ଭୁବନେଶ୍ୱରକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ଦୁଇପାର୍ଶ୍ୱରେ ହଜାର ହଜାର ଚାଷୀଙ୍କୁ ରୋକିଛି ପୋଲିସ  । ସରକାରଙ୍କ ପ୍ରତାରଣା ଠାରୁ ବଳିଯାଇଛି ପୋଲିସର ଜୁଲମ୍  । ତେବେ ହକ୍ ପାଇଁ ଧାରଣା ଦେଇ ବସିଛନ୍ତି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ଚାଷୀ  । ଏସବୁ ମଧ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ  ।

ପ୍ରାଇସ, ପେଷ୍ଟିଜ ଓ ପେନସନ କଥା କହି ଓଡିଶାର ଚାଷୀଙ୍କୁ ପଛରେ ରଖି ନେତା ବନିଥିଲେ ସୌମ୍ୟରଞ୍ଜନ  । ଚାଷୀଙ୍କୁ ବୋକାବନାଇବା ପାଇଁ ବିଜେଡି ଦଳ ସୌମ୍ୟରଞ୍ଜନଙ୍କୁ ରାଜ୍ୟସଭାର ଲୋଭ ଦେଖାଇ ତାଙ୍କ ଦଳକୁ ନେବାରେ ସମର୍ଥ ହେବାସହ ସାଂସଦ ମଧ୍ୟ କରିଥିଲେ  । ତେବେ ରାଜ୍ୟସଭାକୁ ଯିବାପରେ ଯେଉଁମାନଙ୍କ ଶକ୍ତିରେ ସେ ଏତେବାଟ ଆଗେଇଲେ ସେମାନଙ୍କୁ ଭୁଲିଗଲେ ବୋଲି ଚାଷୀମାନେ ଖୋଲାଖୋଲି ଭାବେ ଅଭିଯୋଗ କରିଛନ୍ତି  । ସେପଟେ ରାଜ୍ୟ ସରକାର ବାରମ୍ବାର ପ୍ରତିଶୃତି ଦେଇଥିବା ବେଳେ ଯେପରି ଭାବେ ପ୍ରତାରଣା କରୁଛନ୍ତି ଏହାର ଉଚିତ ଜବାବ ଦିଆଯିବ ବୋଲି ଚାଷୀମାନଙ୍କ ପକ୍ଷରୁ ପ୍ରକାଶ କରାଯାଇଛି  ।

ଚାଷୀମାନଙ୍କ ପାଇଁ ସବୁବେଳେ କଥା କହୁଥିବା ନିଜକୁ ଚାଷୀ ନେତା ବୋଲାଉଥିବା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭୂମିକାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ଠିଆ ହୋଇଛି  ।

By amfnews

Related Post