Sun. Mar 8th, 2026

ଧଳା ପତାକା ଧରି ଆସ ଓ ତୁମ ସୈନିକମାନଙ୍କ ଶବ ନେଇ ଯାଅ: ପାକିସ୍ତାନକୁ ଭାରତୀୟ ସେନାର ବାର୍ତ୍ତା

138 Views

ଶ୍ରୀନଗର  : ପାକିସ୍ତାନର ‘ବର୍ଡର୍‌ ଆକ୍‌ସନ୍‌ ଟିମ୍‌’ର (ବିଏଟି) ଅନୁପ୍ରବେଶ ଉଦ୍ୟମ ବିଫଳ କରିବା ପରେ ଭାରତୀୟ ସେନା ପାକିସ୍ତାନକୁ କହିଛି କି, ଜୁଲାଇ ୩୧ ତାରିଖ ଦିନ ନିହତ ବିଏଟି କର୍ମଚାରୀ ଏବଂ ଆତଙ୍କବାଦୀଙ୍କ ଶବ ନେଇଯାଅ। ସେ ଦିନ ବିଫଳ ଅନୁପ୍ରବେଶ ଉଦ୍ୟମ ଘଟଣାରେ ୫ ରୁ ୭ ଜଣ ବିଏଟି କର୍ମଚାରୀ ନିହତ ହୋଇଥିଲେ। ଭାତର ପାକିସ୍ତାନ ସେନାକୁ କହିଛି ଯେ ଧଳା ପତାକା ଧରି ଆସ ଏବଂ ଶବଗୁଡ଼ିକ ନେଇଯାଅ। କିନ୍ତୁ ପାକିସ୍ତାନ ଭାରତର ଏ ଭଳି ପ୍ରସ୍ତାବର କୌଣସି ଉତ୍ତର ଦେଇ ନାହିଁ।

ଜୁଲାଇ ୩୧ ଓ ଅଗଷ୍ଟ ୧ ତାରିଖ ରାତିରେ ଜମ୍ମୁ ଓ କଶ୍ମୀରର କେରନ ସେକ୍ଟର୍‌ରେ ଭାରତୀୟ ସେନା ଏହି ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଥିଲା। ଏଥିରେ ପାକିସ୍ତାନର କେତେକ ସୈନିକ ନିହତ ହୋଇଥିଲେ। ଏଥିରେ ପାକିସ୍ତାନ ସ୍ପେସାଲ୍‌ ସର୍ଭିସେସ୍‌ ଗ୍ରୁପ୍‌ର ଚାରି ଜଣ କମାଣ୍ଡୋ ନିହତ ହୋଇଥିଲେ ବୋଲି ପୂର୍ବରୁ ଗଣମାଧ୍ୟମ ଖବର ପ୍ରକାଶ କରିଥିଲା। ନିହତମାନଙ୍କ ମଧ୍ୟରେ କେତେ ଜଣ ଆତଙ୍କବାଦୀ ମଧ୍ୟ ଥିଲେ।

By amfnews

Related Post