Fri. Mar 6th, 2026

ଧର୍ମେନ୍ଦ୍ରଙ୍କ ବିରୋଧରେ ଫେରାଦ ହେଲେ ଅମଲାତନ୍ତ୍ର

343 Views

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ଆଇଏଏସ୍ ସଂଘ, ଓଏଏସ୍ ସଂଘ ଓ ଓଏଫଏସ୍ ସଂଘ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନେ ଅଭିଯୋଗ କରିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଫିସର ମାନଙ୍କୁ ଟାର୍ଗେଟ୍ କରୁଛନ୍ତି । ଗତକାଲି ଜାତୀୟ ତଥ୍ୟ କେନ୍ଦ୍ରର ଉଦଘାଟନୀ କାର୍ୟ୍ୟକ୍ରମରେ ଧର୍ମେନ୍ଦ୍ର, ରାଜ୍ୟ ସରକାରଙ୍କ ସଚିବ ଅଶୋକ ମୀନାଙ୍କ ଉଦ୍ଦେଶ୍ୟରେ କିଛି ମନ୍ତବ୍ୟ ଦେଇଥିଲେ ।

ଓଡ଼ିଶା ସଚିବାଳୟର ତୃତୀୟ ମହଲାରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଅଭିଯୋଗ ଧରି ପ୍ରବେଶ କରିଥିଲେ ଆଇଏଏସ ସଂଘ, ଓଏଏସ ସଂଘ ଓ ଓଡ଼ିଶା ଫାଇନାନ୍ସ ସର୍ଭିସ ବା ଓଏଫଏସ ସଦସ୍ୟ । ଅଭିଯୋଗ ଥିଲା, କେନ୍ଦ୍ରମନ୍ତ୍ରୀ ଅଫିସରଙ୍କ ନାଁ ନେଇ ଟାର୍ଗେଟ କରୁଛନ୍ତି ।
ଭୁବନେଶ୍ୱରରେ ନାସନାଲ୍ ଡାଟା ସେଂଟର ଉଦଘାଟନୀ ଉତ୍ସବ କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଅଭିଭାଷଣ ରଖିବା ସମୟରେ ଓଡ଼ିଶା ସରକାରଙ୍କ ସଚିବ ଅଶୋକ ମୀନାଙ୍କ ନାଁ ନେଇ କହିଥିଲେ, ରାଜ୍ୟ ସରକାର ଜାଲିଆତି କରି କେନ୍ଦ୍ର ସରକାରଙ୍କ ଯୋଜନାରେ ବାହାବା ନେବାକୁ ଉଦ୍ୟମ କରୁଛନ୍ତି । ଧର୍ମେନ୍ଦ୍ର ଏହି ଅଭିଭାଷଣ ରଖୁଥିବା ବେଳେ ଆଗରେ ବସିଥିଲେ ସଚିବ ଅଶୋକ ମୀନା । କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ସହଜରେ ଗ୍ରହଣ କରି ପାରିନଥିଲେ ଅଫିସର । ଆଉ ଏହାକୁ ନେଇ ଅଫିସର ସଂଘ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରି ଉପଯୁକ୍ତ ସ୍ତରରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ।

By amfnews

Related Post