Wed. Jan 8th, 2025

ଧର୍ମଶାଳା ରାଜନୀତିରେ ଚର୍ଚ୍ଚା

By amfnews Dec 2, 2018 #Featured
335 Views

ଯାଜପୁର, ଡିସେମ୍ବର ୨: ଆବେଗ, ନିଷ୍ଠା ଓ ଆନ୍ତରିକତାପୂର୍ଣ୍ଣ ଆତ୍ମୟତା ଦ୍ୱାରା ବାସ୍ତବ ଜନସମ୍ପର୍କ ହୋଇଥାଏ । ଏଭଳି ଜନସମ୍ପର୍କ ପଦଯାତ୍ରା ଦ୍ୱାରା ଜନପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି , ଆଦର୍ଶ ଓ ସରକାରଙ୍କ ଜନମଙ୍ଗଳ କାର୍ଯ୍ୟ ଅଧିକ ଲୋକାଭିମୁଖୀ ଓ ଗ୍ରହଣୀୟ ହୋଇଥାଏ ବୋଲି ଧର୍ମଶାଳାର ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି ।

ଧର୍ମଶାଳାର ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଜନସମ୍ପର୍କ ପଦଯାତ୍ରା ଅଂଜିରା ପଂଚାୟତର ଗମାରିଆରେ ଶୁକ୍ରବାର ଉଦଯାପିତ ହୋଇଛି । ଏଠାରେ ଅନୁଷ୍ଠିତ ଉଦଯାପନ ସଭାରେ ସତୀଶ କହିଥିଲେ ଯେ, ବାସ୍ତବ ସେବା ନିକଟରେ କ୍ଷମତା ଓ ପ୍ରତିପତ୍ତି ମୂଲ୍ୟହୀନ । ଦୁର୍ନିତିମୁକ୍ତ ହୋଇ ନିଷ୍ଠାର ସହ ଲୋକଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ୨୬ ଡିସେମ୍ବର ୨୦୧୭ ରେ ଅନୁଷ୍ଠିତ ବି.ଜେ.ଡି ପ୍ରତିଷ୍ଠା ଦିବସରେ ଆହ୍ୱାନ ଦେଇଛନ୍ତି । ଏ କ୍ଷେତ୍ରରେ ବାଧକ ସାଜିଥିବା ପ୍ରତ୍ୟେକ ନେତା ବି.ଜେ.ଡି ଏବଂ ରାଜ୍ୟର ଶତ୍ରୁ ।

ଆସନ୍ତା ନିର୍ବାଚନରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ଠାପରତା ଏବଂ ଆଦର୍ଶକୁ ଆୟୁଧ କରି କେବଳ ସେବା ପରାୟଣ ଭଲ ପ୍ରାର୍ଥୀଙ୍କୁ ଲୋକେ ନିର୍ବାଚିତ କରିବେ । ବି.ଜେ.ଡି ହେଉଛି ଓଡିଶା ଲୋକଙ୍କ ଦଳ ଏବଂ ଓଡିଆଙ୍କ ବଳ । ସେଥିପାଇଁ ସାଧାରଣରେ ନିଜର କାର୍ଯ୍ୟଧାରା ଓ ସମ୍ପତ୍ତି ଆହରଣ ନିଶା ପାଇଁ ବି.ଜେ.ଡିକୁ ବଦନାମ କରିବାକୁ ଉଦ୍ୟମ କରିଥିବା ନେତାଙ୍କୁ କେବେ ବି ନବୀନବାବୁ ପ୍ରଶୟ ଦେଇ ନାହାନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ଦେବେ ନାହିଁ ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଦଇତାରୀ-ପାରାଦ୍ୱୀପ ଏକ୍ସେପ୍ରେସ ହାଇୱେ ନିର୍ମାଣ କରିବା ଫଳରେ ରାଜ୍ୟର ଦ୍ରୁତ ବିକାଣ ହୋଇଥିବା ବେଳେ ଏହି ରାଜପଥ କଡରେ ଥିବା ଧର୍ମଶାଳାର ୨୦ ରୁ ଉଦ୍ଧ୍ୱ ପଂଚାୟତର ଲୋକେ ଜୀବନ ଜୀବିକା ଓ ପରିଚୟ ପାଇଛନ୍ତି । ବିଜୁବାବୁ ପ୍ରଥମେ କୃଷିଋଣ ଛାଡ କରିଥିବା ବେଳେ ଗରୀବ, ଅନୁସୂଚତି ଜାତି, ଜନଜାତି, ମହିଳା ସର୍ବୋପରି ଗାଁର ବିକାଶରେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସରକାର ସମଗ୍ର ଦେଶପାଇଁ ଦୃଷ୍ଟାନ୍ତ । ଏତେସବୁ ଭଲ କାର୍ଯ୍ୟପରେ ଲୋକଙ୍କୁ ପ୍ରଲୋଭିତ କରି ଜନସମ୍ପର୍କ କରାଯିବାର ଆବଶ୍ୟକତା ନାହିଁ ବରଂ ଲୋକେ ସ୍ୱଇଛାରେ ବି.ଜେ.ଡି ପାଇଁ ଜନସମ୍ପର୍କ ପଦଯାତ୍ରା କରୁଛନ୍ତି ବୋଲି ସତୀଶ ମତ ପ୍ରକାଶ କରିଥିଲେ ।

ଗତ ବିଧାନସଭା ନିର୍ବାଚନରେ ଧର୍ମଶାଳାରୁ ବିଧାୟକ ପାଇଁ ଟିକେଟ ଲବିରେ ଥିବା ବିଜୁ ଯୁବ ଜନତାର ପ୍ରାକ୍ତନ ରାଜ୍ୟ ସାଧାରଣ ସଂପାଦକ ସତୀଶ ବିଶ୍ୱାଳ ବିଭିନ୍ନ ସମୟରେ ଧର୍ମଶାଳାରେ ବିଧାୟକ ଥିବା ପ୍ରଣବ ବଳବନ୍ତରାୟ ଏବଂ କଳ୍ପତରୁ ପରିବାରର ପରିବାରବାଦ ଶାସନ ତଥା ବିଭିନ୍ନ ପ୍ରକାର ଦୁର୍ନିତି ନେଇ ସ୍ୱର ଉଠାଇ ଆସିଛନ୍ତି । ଏଥିପାଇଁ ସତୀଶଙ୍କ ଜନସମ୍ପର୍କ ପଦଯାତ୍ରାରେ ବିଜୁ ପରିବାର ସପକ୍ଷରେ ପ୍ରଚାର ଜୋରଦାର କରାଯିବା ନେଇ ରାଜନୈତିକ ମହଲରେ ଆଲୋଚନା ଜୋରଦାର ହେଉଛି ।

By amfnews

Related Post