153 Views
ରାଉରକେଲା, ୨୬/୬ : ଛେଣ୍ଡ କଲୋନୀ ଅନ୍ତର୍ଗତ ଇସିଆର୍-୧୦୭ରେ ରହୁଥିବା କୁକୁମ ପ୍ରଧାନ (୮୪) ନାମକ ଧର୍ମପ୍ରାଣ ମହିଳାଙ୍କ ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ମହିଳା ଜଣକ ସ୍ୱଭାବରେ ଜଣେ ମେଳାପୀ, ବନ୍ଧୁବତ୍ସଳ, ପରୋପକାରୀ ଓ ଆଧ୍ୟାତ୍ମିକ ଚେତନାଧର୍ମୀ ଭାବେ କଲୋନୀ ଅଞ୍ଚଳରେ ବେଶ୍ ପରିଚିତ ଥିଲେ ।
ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କଲୋନୀର ପାଖପଡୋଶୀ ତଥା ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ଶେଷଦର୍ଶନ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପୁଅ-ବୋହୁ, ନାତିନାତୁଣୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଆଜି ଅପରାହ୍ନରେ ବେଦବ୍ୟାସ ଠାରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି ।