161 Views
ଅନୁଗୁଳ/ଛେଣ୍ଡିପଦା, ଜାନୁଆରୀ ୬ : ବହୁଚର୍ଚ୍ଚିତ କୁଶକିଳା ହତ୍ୟାକାଣ୍ଡର ଦୁର୍ଦ୍ଦାନ୍ତ ଅପରାଧୀ ଝସକେତନ ରାଉତ ଓରଫ୍ ଝାରୁ ଓରଫ୍ ଝସ ଶେଷରେ ଆଜି ଅନୁଗୁଳ ପୁଲିସ ଜାଲରେ ଧରାପଡ଼ିଛି। ଗତବର୍ଷ ମେ ୧୮ତାରିଖ ଦିନ ହୁଗୁଳା ସୁରକ୍ଷା ବଳୟକୁ ଭେଦି ଅନୁଗୁଳ କୋର୍ଟ ପରିସରରୁ ସେ ଚମ୍ପଟ୍ ମାରିଥିଲା। ଦୀର୍ଘ ୭ମାସ ପରେ ଆଜି ଅପରାହଣ ପ୍ରାୟ ୫ଟା ବେଳେ ଦେବଗଡ଼ ଥାନା ସାନ୍ତରାପାଲ୍ଲୀ ଇଲାକାରୁ ଅନୁଗୁଳ ଜିଲ୍ଲା ପୁଲିସ ତାକୁ ବାନ୍ଧିଛି। ବିଳମ୍ବରେ ହେଲେ ସୁଦ୍ଧା ଦୁର୍ଦ୍ଦାନ୍ତ ଅପରାଧୀ ଝସ ଗିରଫ ହେବା ଘଟଣା ଜିଲ୍ଲା ପୁଲିସ ପାଇଁ ଏକ ବଡ଼ ସଫଳତା ରୂପେ ବିବେଚନା କରାଯାଉଛି।
ମାସେ ପୂର୍ବରୁ ଅନୁଗୁଳ ପୁଲିସ ଝସ ଉପରେ ନଜର ରଖିଥିଲା। ଏସପି ମିତ୍ରଭାନୁ ମହାପାତ୍ର ଏଥିପାଇଁ ଏକ ୬ଜଣିଆ ସ୍ପେଶାଲ ସ୍କ୍ବାଡ଼୍ ଗଠନ କରି ଝସ ପଛରେ ଲଗାଇଥିଲେ।