Sun. Jan 12th, 2025

ଦ୍ୱିତୀୟ ସୁନ୍ଦରଗଡ ଜିଲା ସ୍ତରୀୟ ଉଷୁ ପ୍ରତିଯୋଗିତା

By amfnews Dec 18, 2018 #Featured
406 Views

ରାଉରକେଲା, ୧୮ା୧୨ : ରାଜଗାଙ୍ଗପୁର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ୨ୟ ସୁନ୍ଦରଗଡ ଜିଲା ସ୍ତରୀୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଚାଇନା ସମରକଳା ଭାବେ ପରିଚିତ ସ୍ୱୀକୃତିପ୍ରାପ୍ତ କ୍ରୀଡା ଉଷୁରେ ଜିଲାର ୨୫ଟି ଶାଖାର ୩୦୦ ବାଳକ ଓ ବାଳିକା ଅଂଶଗ୍ରହଣ କରିଥିଲେ । ଜିଲା ଉଷୁ ସଙ୍ଗଠନ ସଭାପତି ବିବେକ ଗୁପ୍ତା, ସାଧାରଣ ସମ୍ପାଦକ ଶରତ କୁମାର ଦାସ ଓ ରାଜଗାଙ୍ଗପୁର ସାଙ୍ଗଠନିକ ସମ୍ପାଦକ ଏମ୍ଡି ଆବିଦଙ୍କ ପ୍ରୟାସରେ ଆୟୋଜିତ ପ୍ରିତେଯାଗିତାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିସାନ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ମନଜିତ ସିଂହ ସାଲୁଜା, ବିଜେଡି ଟାଉନ ସଭାପତି ଅମରେଶ ପତ୍ରୀ, ଡିଭିଏମ୍ ସ୍କୁଲ ଅଧ୍ୟକ୍ଷ ଡ.ରାଘବେନ୍ଦ୍ର ଦ୍ୱିବେଦୀ, ମହିଳା ସଭାପତି ସୁନୀତା ଗୁପ୍ତା, ପ୍ରିୟଙ୍କା ଭାରତ, ବେନଜିର ନାଜ ଯୋଗ ଦେଇଥିଲେ ।

ଭାରତର କ୍ରୀଡା ମନ୍ତ୍ରଣାଳୟ ତଥା ଭାରତ ଅଲମ୍ପିକ ସଂଘ ସ୍ୱୀକୃତିପ୍ରାପ୍ତ ଉଷୁ ଅଲମ୍ପିକ୍, ଏସିଆନ ଗେମ୍ସ, ସାଉତ୍ ଏସିଆନ ଗେମ୍, ବ୍ରିକ୍ସ୍ ଗେମ୍, ଅଲଇଣ୍ଡିଆ ୟୁନିଭରସିଟି ଗେମ୍, ଅଲଇଣ୍ଡିଆ ପୋଲିସ୍ ଗେମ୍, ନ୍ୟାସନାଲ ଗେମ୍ସ, ଏସ୍ଜିଏଫ୍ଆଇ ଗେମ୍, ସିବିଏସି ଗେମ୍, ପାଇକା ଗେମ୍ରେ ଅନ୍ତର୍ଭୁକ୍ତ ହୋଇସାରିଛି । ଶାଂସୁ ଓ ତାଉଲୁ ନାମରେ ୨ଟି ଭାଗରେ ଖେଳାଯାଇଥିବା ଉଷୁରେ ମୁଷ୍ଟି ଗୋଇଠା, କଚାଡିବା ସହ ଖଣ୍ଡା, ବାଡି, ବର୍ଚ୍ଛା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସୁରଭି ସ୍ପୋର୍ଟସ୍ କ୍ଲବ୍ ସେକ୍ଟର-୭, ରେଲୱେ କଲୋନୀ, ଛେଣ୍ଡ, ପାନପୋଷ, ରିଜର୍ଭ ପୋଲିସ୍ ଗ୍ରାଉଣ୍ଡ, କୋଏଲନଗର, ସେକ୍ଟର-୧୪, ବାସନ୍ତୀ କଲୋନୀ, କାଂଶବାହାଲ, ବୀରମିତ୍ରପୁର, କୁଆଁରମୁଣ୍ଡା, ସେକ୍ଟର-୩, ଯୋଗୀମାଲ, ଏମ୍ଡି ଓମେନ୍ସ କଲେଜ, ରାଜଗାଙ୍ଗପୁତ, ଡିଭିଏମ୍ ସ୍କୁଲ, ରାଜଗାଙ୍ଗପୁର, ରାଣିବନ୍ଧ ଶାଖାରୁ ୩୦୦ ପ୍ରିତିଯୋଗୀ ଅଂଶଗ୍ରହଣ କରିଥିଲେ ।

ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଇଆର୍ଏସ୍ ଅଧ୍ୟକ୍ଷ ସନ୍ତୋଷ ଅମନ, ଜିଲା ସ୍ପେସାଲ ଡେଭଲପମେଣ୍ଟ କାଉନସିଲ, ସୁନ୍ଦରଗଡ ସମ୍ମାନିତ ଅତିଥି ଭାବେ ଉଷୁ ସଂଘ ସଭାପତି ବିବେକ ଗୁପ୍ତା, ବେନଜିର ନାଜ, ମନଜିତ ସିଂହ ସାଲୁଜା, ସୁନ୍ଦରଗଡ ଉଷୁ ସମ୍ପାଦକ ଶରତ କୁମାର ଦାଶ, ରାଜଗାଙ୍ଗପୁର ସାଙ୍ଗଠନିକ ସମ୍ପାଦକ ଏମ୍ଡି ଆବିଦ ପ୍ରମୁଖ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।

ଅଫିସିଆଲ ଭାବେ ମୁଖ୍ୟ ବିଚାରକ ପୃଥ୍ୱୀରାଜ ହରିଚନ୍ଦନ, ଶୁଭେନ୍ଦୁ ସାମନ୍ତରାୟ, ସୁଧାଂଶୁ ପଣ୍ଡା ଯୋଗ ଦେଇଥିବା ବେଳେ ବିରେନ ଯୁଧିଷ୍ଠିର ଗୁରୁହାଣ୍ଡି, ସୁଜନ ରଥ, ଅଜୟ ଲାକ୍ରା, ଶମ୍ଭୁନାଥ, ରୂପକ ପ୍ରସାଦ, ସମୀର ମିଞ୍ଜ, କାଜଲ ରାୟ ଚୌଧୁରୀ, ଡୁଲୁମୁ ଖାଣ୍ଡାଲକେଲ, ଜିତେନ୍ଦ୍ର ଯାଦବ, ରାକେଶ ବେହେରା, ରତିକାନ୍ତ ମହାପାତ୍ର ପ୍ରମୁଖ ବିଚାରକ ଭାବେ ଯୋଗ ଦେଇ ପ୍ରତିଯୋଗିତା ପରିଚାଳନା କରିଥିଲେ ବୋଲି ସୁନ୍ଦରଗଡ ଉଷୁ ସମ୍ପାଦକ ଶରତ କୁମାର ଦାସ ସୂଚନା ଦେଇଛନ୍ତି ।

By amfnews

Related Post