Tue. Dec 24th, 2024

ଦ୍ୱିତୀୟ ବ୍ରାହ୍ମଣୀ ସେତୁ, ଆଇଜିଏଚ୍କୁ ସୁପର ସ୍ପେସାଲିଟି ହସ୍ପିଟାଲ ଦାବିରେ ମୁକ୍ତିକାନ୍ତଙ୍କ ପଦଯାତ୍ରା ଓ ଅନଶନକୁ ସମର୍ଥନରେ ସିପିଆଇ (ଏମ୍)ର ବିକ୍ଷୋଭ ଓ ରାସ୍ତାରୋକ

rklsanchar@gmail.com' By J.N. Pradhan Jul 3, 2018 #Featured
851 Views

ରାଉରକେଲା, ୩/୭: ଗତ ସାଧାରଣ ନିର୍ବାଚନ ବେଳେ ସୁନ୍ଦରଗଡ ଜିଲା ତଥା ରାଉରକେଲାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇ କହିଥିଲେ ଖୁବ୍ କମ୍ ଦିନ ମଧ୍ୟରେ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ଓ ଆଇଜିଏଚ୍କୁ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ କରାଯିବ । ପ୍ରତିଶ୍ରୁତି ଦେବାର ୪ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଶ୍ରୁତି ରାଉରକେଲାବାସୀଙ୍କ ପାଇଁ କେବଳ ପ୍ରତିଶ୍ରୁତି ହୋଇ ରହିଯାଇଛି ।

ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଉରକେଲାବାସୀଙ୍କୁ ଦେଇଥିବା ଏହି ପ୍ରତିଶ୍ରୁତିକୁ ମନେପକାଇ ଦେବା ପାଇଁ ଗତ ଅପ୍ରେଲ ୧୬ ତାରିଖ ଠାରୁ ରାଉରକେଲାରୁ ଦିଲ୍ଲୀ ପର୍ଯ୍ୟନ୍ତ ଦୀର୍ଘ ୧୫୫୦ କିଲୋ ମିଟର ରାସ୍ତା ଦୁଃସାହସିକ ପଦଯାତ୍ରା କରି ୭୧ ଦିନ ମଧ୍ୟରେ ଦିଲ୍ଲୀରେ ପହଞ୍ôଚଥିଲେ । ଦିଲ୍ଲୀରେ ପହଞ୍ôଚବା ପରେ ସୁନ୍ଦରଗଡ ସାଂସଦ ତତା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଠାରୁ ସାବାସୀ ମିଳିବା ପରିବର୍ତ୍ତେ ରାଜନୈତିକ ମୋହରରା ଆଖ୍ୟା ଦେବା, ପଦଯାତ୍ରାକୁ ପ୍ରାୟୋଜିତ କାର୍ଯ୍ୟକ୍ରମ କହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସିପିଆଇ (ଏମ୍) ପକ୍ଷରୁ କୁହାଯାଇଛି ।

ସ୍ଥାନୀୟ ସାଂସଦ ହିସାବରେ ମୁକ୍ତିକାନ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରି ସୁନ୍ଦରଗଡ ଜିଲାର ବହୁ ପ୍ରତୀକ୍ଷିତ ଦାବି ଉପରେ ଆଲୋଚନା କରିବା ପରିବର୍ତ୍ତେ ଏପରି ବ୍ୟବହାରକୁ ଜିଲାବାସୀ ଗ୍ରହଣ କରିପାରୁ ନାହାନ୍ତି । ମୁକ୍ତିକାନ୍ତ ଯନ୍ତରମନ୍ତର ଠାରେ ଅନଶନରେ ବସିଥିବା ବେଳେ ହଠାତ୍ ପୁଲିସ୍ ତାଙ୍କୁ ଉଠାଇ ନେବାକୁ ମଧ୍ୟ ସିପିଆଇ (ଏମ୍) ନିନ୍ଦା କରିଛି ।

ଆଜି ରାମଲୀଲା ମଇଦାନରେ ଅନଶନ ଆରମ୍ଭ କରିଥିବା ମୁକ୍ତିକାନ୍ତ ଓ ତାଙ୍କୁ ସମର୍ଥନ ଜଣାଇ ଯୁବନେତା ଗୋପାଳ ଜେନା ସ୍ଥାନୀୟ ସେକ୍ଟର-୨ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ଅନଶନରେ ବସିଥିବା ବେଳେ ସିପିଆଇ (ଏମ୍) ସୁନ୍ଦରଗଡ ଜିଲା କମିଟି ପକ୍ଷରୁ ଉଭୟଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ପାର୍ଟି ପକ୍ଷରୁ ସେକ୍ଟର-୨ ବିଜୁ ପଟ୍ଟନାୟକ ଛକଠାରେ ବିକ୍ଷୋଭ ଓ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା ।

ସିପିଆଇ (ଏମ୍) ଜିଲା ସମ୍ପାଦକ ପ୍ରମୋଦ ସାମଲ, ସମ୍ପାଦକ ମଣ୍ଡଳୀ ସଭ୍ୟ ବନମାଳୀ ଧୂପାଳ, ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ରାଉରକେଲା ଆଞ୍ଚଳିକ କମିଟି ସମ୍ପାଦକ ବି.ପି. ମହାପାତ୍ର, ରାଜକିଶୋର ପ୍ରଧାନ, ଭାଗିରଥି ଟୁଡୁ, ବିନୋଦିନୀ ଦାଶ, ବିଶ୍ୱଜିତ ମାଝି, ଆଞ୍ଚଳିକ କମିଟି ସଦସ୍ୟ ଅରିନ୍ଦମ ଦତ୍ତ, ଚନ୍ଦ୍ରଭାନୁ ଦାସ, ନୃସିଂହ ନାରାୟଣ ପାଣିଗ୍ରାହୀ, କିଶୋର ତନ୍ତୀ, ଦେବାନନ୍ଦ ରାଉତ, ଦିବାକର ମହାରଣା, ପ୍ରଭାତ ମହାନ୍ତି,  ଅକ୍ଷୟ ମହାନ୍ତ, ତାଜମୁନ ନେହାର, ଅଶୋକ ମିଶ୍ର, ସିବାନୀ ଦାଶ, ଏନ୍.କେ. ରାଉତରାୟ, ପ୍ରଦୀପ ସେଠୀ, ଅରୁଣ ମହାରଣା, ଲକ୍ଷ୍ମୀଧର ନାୟକ, ଜୁବେର ଖାଁ, ପ୍ରସନ୍ନ ମହାପାତ୍ର, ଅନାଦି ସାହୁ, ବଜରଙ୍ଗୀ ଚୌଧୁରୀ ପ୍ରମୁଖ ନେତୃତ୍ୱ ଦେଇଥିବା ବେଳେ ରାଉରକେଲାର ପ୍ରମୁଖ ରାଜନୈତିକ ଦଳମାନେ ମୁକ୍ତିକାନ୍ତଙ୍କ ଆନ୍ଦୋଳନ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ସୁନ୍ଦରଗଡ ଜିଲା ତଥା ରାଉରକେଲାର ବହୁ ପ୍ରତୀକ୍ଷିତ ଦାବି ଉପରେ ଦଳମତ ନିର୍ବିଶେଷରେ ଏକ ହୋଇ ଆନ୍ଦୋଳନକୁ ସମର୍ଥନ କରିବା ସହ ମୁକ୍ତିକାନ୍ତଙ୍କ ସାଙ୍ଗରେ ଛିଡା ହେବାକୁ ଆହ୍ୱାନ କରାଯାଇଛି ।

Related Post