Sat. Mar 7th, 2026

ଦ୍ରୁତ ଗତିରେ ଯାଉଥିଲା କାର୍‌, ହଠାତ୍‌ ଡିଭାଇଡର ଉପରେ ଚଢ଼ିଗଲା

191 Views

ପୁରୀ : ରାସ୍ତାରେ ଦ୍ରୁତ ଗତିରେ ଯାଉଥିଲା କାର୍‌। ହଠାତ୍‌ ଭାରସାମ୍ୟ ହରାଇ ବସିଲେ ଚାଳକ। ଆଉ ଗାଡ଼ି ରୋଡ଼ ଉପରୁ ଚଢ଼ିଗଲା ଡିଭାଇଡର ଉପରକୁ। ଏହା ଦେଖି ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇଗଲେ। ଏପରି ଘଟଣା ଗତ ରାତିରେ ପୁରୀ ଭିଆଇପି ରୋଡରେ ଘଟିଥିବା ବେଳେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି। ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ପାଳନ ହେବା ସତ୍ତ୍ୱେ ଏପରି ଘଟଣା କିପରି ଘଟୁଛି ତାହା ଏବେ ଚର୍ଚ୍ଚାର କାରଣ ପାଲଟିଛି।   

ସୁବାଷ ବୋଷ ଛକ ଆଡୁ ଆସୁଥିବା ଏହି କାର୍‌ ଡ୍ରାଇଭର ଦ୍ରୁତଗତିରେ ଆସୁଥିବା  ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। କିନ୍ତୁ ପୁରୀ ଭିଆଇପି ରୋଡରେ ସେ ନିଜର ସନ୍ତୁଳନ ହରାଇ ବସିଲେ। ଫଳରେ କାର୍‌ଟି  ରୋଡ ଡିଭାଇଡରକୁ ଚଢ଼ି ଯାଇଥିଲା। କାରଟି ପ୍ରଥମେ ଡିଭାଇଡରେ ଘସି ହୋଇ କିଛି ବାଟ ପର୍ଯ୍ୟନ୍ତ ଆସିବା ପରେ ଡିଭାଇଡର ଉପରକୁ ଚଢିଯାଇଥିଲା।

ଏଭଳି ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ଲୋକେ ହତବାକ ହୋଇଥିଲେ। ଏପରିକି ସେହି ବାଟଦେଇ ଆସୁଥିବା ବାଇକ୍‌ ଆରୋହୀମାନେ ଦୁର୍ଘଟଣା ଆଶଙ୍କାରେ ଭୟଭୀତ ହୋଇ ପଡ଼ିଥିଲେ। ଏଥିଯୋଗୁ କିଛି ଅଘଟଣ ଘଟି ନ ଥିବା ବେଳେ ଗାଡ଼ି ଚାଳକଙ୍କ ସମ୍ପର୍କରେ ସୂଚନା ମିଳି ପାରି ନାହିଁ। ଜନଗହଳିପୂର୍ଣ୍ଣ ରାସ୍ତାରେ ଦ୍ରୁତ ଗତିରେ ଗାଡ଼ି ଚାଳନା ପୁରୀ ପୁଲିସ୍‌ର ଟ୍ରାଫିକ ନିୟନ୍ତ୍ରଣକୁ ପର୍ଦ୍ଦାଫାଶ କରୁଛି।

By amfnews

Related Post